ପଦ୍ମପୁର :-ଆଜି ସମ୍ବଲପୁରୀ ଦିନ ଉପଲକ୍ଷେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଳ ଉପଚାର କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ଯ ଅତିଥି ଭାବେ ନଗରପାଳ ଶ୍ରୀମତୀ ସାବିତ୍ରୀ ବାଗ, ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ନିରୋଜ ଦୋରା ଯୋଗଦେଇ ନିଜର ମତ ରଖିଥିଲେ ।ଏହି କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ମାଝୀଙ୍କ ଦାରା ପରିଚାଳିତ ହୋଇଥିଲା ।ଏଥିରେ ପାର୍ଷଦ ଶ୍ରୀମତୀ ସବିତା ବରିହା ,କ୍ଷୀର ସାନବର୍ଷା ଙ୍କ ସହିତ ପରିମଳ ବିଶେଷଜ୍ଞ ଦୁଷ୍ମନ୍ତ ବେହେରା, କର୍ମଚାରୀମାନଙ୍କ ମଧ୍ୟରେ ଅଜିତ ମହାକୁଡ, ଅବିନାଶ ବହିଦାର, ଅନୁରାଧା ଚାନ୍ଦ, ସୁଲେଖା ପଣ୍ଡିତ, କିଶୋର ପଣ୍ଡା, ସୁଶାନ୍ତ ଆଚାର୍ଯ୍ୟ, କୁଞ୍ଜଲତା ଭୁଏ ଙ୍କ ସମେତ ମିଶନ ଶକ୍ତିର ମା ମାନେ ଉପସ୍ଥିତ ଥିଲେ ।









