ହେଡଲାଇନସ୍:

ବାୟା ଅବଧୂତ କଲେଜରେ +୨ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଛାତ୍ର ଓ ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୧.୦୮.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ କନିମୂଳ ସ୍ଥିତ ବାୟା ଅବଧୂତ ମହାବିଦ୍ୟାଳୟ ରେ +୨ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ସୁଶାନ୍ତ କୁମାର ସ୍ୱାଇଁ ସଭାପତିତ୍ବ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ବିବେକାନନ୍ଦ ସିଂହ ସ୍ୱାଗତ ଭାଷଣ ଦେବା ସହିତ କଳେବର ସବୁ ବର୍ଗର କର୍ମଚାରୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା, ଡେମୋନଷ୍ଟେଟର ଓ ଖେଳ ଶିକ୍ଷକ ଜୀବନରେ ଭଲ ମଣିଷ ହେବା ପାଇଁ ଛାତ୍ର ଓ ଛାତ୍ରୀ ମାନଙ୍କୁ ସେମାନଙ୍କ ଭାଷଣ ମାଧ୍ୟମରେ ଉପଦେଶ ଦେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ତାଙ୍କ ଭାଷଣରେ ମହାବିଦ୍ୟାଳୟ ର ନୀତି ନିୟମ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଶେଷରେ ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ପୁଷ୍ପକ କୁମାର କରଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ତପନ ଚନ୍ଦ୍ର ସାମଲ, ପ୍ରାଧ୍ୟାପକ ଅମରେନ୍ଦ୍ର ଦାସ, ଅଧ୍ୟାପକ ଅଜୟ କୁମାର ସ୍ୱାଇଁ, ଅଧ୍ୟାପକ ମନୋରଞ୍ଜନ ଦାସ, ଅଧ୍ୟାପିକା ଦିପି ଦିପାଳୀ ମହାପାତ୍ର, ଅଧ୍ୟାପକ ସାରଦା ପ୍ରସନ୍ନ ସ୍ୱାଇଁ, ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ, ଅଧ୍ୟାପକ ବିଭୁସେନ ପତି, ଡେମୋନଷ୍ଟେଟର ଜ୍ଞାନରଞ୍ଜନ ପାତ୍ର, ବିକାଶ ଚନ୍ଦ୍ର ମହାନ୍ତି, ରମାକାନ୍ତ ଲେଙ୍କା ଓ ଖେଳ ଶିକ୍ଷକ ଫକୀର ଚରଣ ବାରିକ ଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

0
0
0
s2sdefault