ହେଡଲାଇନସ୍:

ଟିପିଏସ୍ଓଡିଏଲର ନିରନ୍ତର ଜୀବନଜୀବିକା କାଯ୍ୟକ୍ରମ ମାଧ୍ୟମରେ ୧୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଆଠଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଜୀବନ ଓ ଜୀବିକା କାର୍ଯ୍ୟକ୍ରମ

  • ମିଲେଟ୍ ଓ ଅନ୍ୟାନ୍ୟ ଚାଷ ଉପରେ ଗୁରୁତ୍ୱ

ବ୍ରହ୍ମପୁର: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍ଏଚଜି)ଙ୍କ ଦୀର୍ଘସ୍ଥାୟୀ ଆୟ ସୃଷ୍ଟିର ପ୍ରସାର ପାଇଁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି ।

ବ୍ୟାପକ ସିଏସ୍ଆର୍ ଅଭିଯାନର ଓଡ଼ିଶା ଜୀବିକା ମିଶନ ଅଧୀନରେ ଗଠନ କରାଯାଇଥିବା ଡବ୍ଲୁଏସ୍ଏଚଜି ଗୁଡ଼ିକ ସହିତ ଟିପିଏସ୍ଓଡିଏଲ୍ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛି ଏବଂ ସେମାନଙ୍କ ସାମଗ୍ରିକ ଅର୍ଥନୈତିକ କଲ୍ୟାଣରେ ଉନ୍ନତି ଆଣିବାକୁ ଉଦ୍ୟମ କରୁଛି । ଏହି ପ୍ରଶଂସନୀୟ ଉଦ୍ୟମ ଅଧୀନରେ ସାମିଲ ରହିଛି ଟିପିଏସ୍ଓଡିଏଲ୍ ପରିଚାଳନା କ୍ଷେତ୍ର ଅଧୀନରେ ଥିବା ସମସ୍ତ ଆଠଟି ଜିଲ୍ଲାର ସମ୍ଭାବ୍ୟ ଡବ୍ଲୁଏସ୍ଏଚଜି ଓ ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବ୍ୟାପକ ତାଲିମ ଓ ସହାୟତା ପ୍ରଦାନ କରିବା ।

ବର୍ତ୍ତମାନ ସୁଦ୍ଧ ଟିପିଏସ୍ଓଡିଏଲ୍ ର ଜୀବିକା ଉନ୍ନତୀକରଣ କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଡବ୍ଲୁଏସ୍ଏଚଜିଙ୍କୁ ସହାୟତା ପ୍ରଦାନ କରାଯାଇଛି । ବିଶେଷଜ୍ଞମାନଙ୍କ ଦ୍ୱାରା ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପର ବିଭିନ୍ନ ଦିଗ ଉପରେ ଅନୁଷ୍ଠିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଏହି ସଶକ୍ତ ସଦସ୍ୟାମାନେ ଉପକୃତ ହୋଇପାରିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମଗୁଡ଼ିକରେ ଡବ୍ଲୁଏସ୍ଏଚଜିମାନଙ୍କୁ ଛତୁ ଚାଷ, କୁକୁଡ଼ା ପାଳନ, ବାଡ଼ି ବଗିଚାଚାଷ, ଫୁଲ ଚାଷ ଏବଂ ବିଶେଷ କରି ମିଲେଟ୍ ଚାଷର ଅତ୍ୟାବଶ୍ୟକ ଦକ୍ଷତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ଉଦ୍ୟମରେ ଆଗକୁ ବଢ଼ି ଟିପିଏସ୍ଓଡିଏଲ୍ ପକ୍ଷରୁ ସେମାନଙ୍କୁ ବିହନ, ସାର, କୁକୁଡ଼ା, ପ୍ରଜନନ, କୁକୁଡ଼ା ଚିଆଁ ଭଳି ଗୁରୁତ୍ୱପୂର୍ଣ୍ଣ ସହାୟତା ଦିଆଯିବା ସହ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ବିପଣନ ସୁବିଧା ପ୍ରଦାନ କରାଯାଉଛି ।

“ଟିପିଏସ୍ଓଡିଏଲ୍ ରେ ଆମେ ନିରନ୍ତର ବିକାଶ ସହ ଗୋଷ୍ଠୀ ସଶକ୍ତୀକରଣ ଉପରେ ଦୃଢ଼ ଭାବେ ବିଶ୍ୱାସ କରୁଛୁ । ଆମର ସିଏସ୍ଆର୍ ଅଭିଯାନ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ପ୍ରତି ଆମେ ସମର୍ପିତ ରହିଛୁ । ସେମାନଙ୍କୁ ତାଲିମ, ସମ୍ବଳ ଏବଂ ବିଭିନ୍ନ ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପ ଉପରେ ସହାୟତା ପ୍ରଦାନ କରି ସେମାନଙ୍କୁ ଦୃଢ଼ ଭାବେ ଆତ୍ମନିର୍ଭରଶୀଳ କରିବା ଏବଂ ଗୋଷ୍ଠୀର ସାମଗ୍ରିକ କଲ୍ୟାଣରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ ବୋଲି ଟିପିଏସ୍ଓଡିଏଲ୍ ର ସିଇଓ ଶ୍ରୀ ଅମିତ ଗର୍ଗ କହିଛନ୍ତି ।’’

ଦୀର୍ଘସ୍ଥାୟୀ ଆୟ ସୃଷ୍ଟିର ପ୍ରସାର ଏବଂ ବ୍ୟାପକ ସହାୟତା ପ୍ରଦାନ କରି ଟିପିଏସ୍ଓଡିଏଲ୍ ଡବ୍ଲୁଏସ୍ଏଚଜି ସଦସ୍ୟାମାନଙ୍କୁ ପ୍ରତ୍ୟକ୍ଷ ଭାବେ ସଶକ୍ତ କରି ଏକ ସମୃଦ୍ଧ ଜୀବନଯାପନ କରିବା ଏବଂ ସମାଜ ପ୍ରତି ଯୋଗଦାନ ପ୍ରଦାନ କରିବାରେ ସେମାନଙ୍କୁ ସଶକ୍ତ କରୁଛି । ଏହି ଅଭିଯାନଗୁଡ଼ିକ ଜରିଆରେ ଏକ ଅଧିକ ସମାନତା ଓ ଆତ୍ମନିର୍ଭର ସମାଜ ସୃଷ୍ଟି କରିବାକୁ ଟିପିଏସ୍ଓଡିଏଲ୍ ଉଦ୍ୟମ କରୁଛି ।

0
0
0
s2sdefault