ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ଛତ୍ତିଶଗଡ଼ ଓ ଓଡିଶା ସୀମାବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଣୁ ପ୍ରତି ବର୍ଷ ଏହି ଅଂଚଳରୁ କାମ ଓ ରୋଜଗାର ଖୋଜିବା ପାଇଁ ବହୁ ଲୋକେ ଅନ୍ୟ ରାଜ୍ଯ କୁ ଦାଦନ ଖଟିବାକୁ ଯାଇଥାନ୍ତି। ତେବେ ଅଞ୍ଚଳରେ କାର୍ଯ୍ୟଭାବ ଓ ପ୍ରାୟ ସମୟରେ ମରୁଡି ସ୍ଥିତି ଦେଖା ଦେଉଥିବାରୁ ଲୋକ ଙ୍କ ଅସୁବିଧା ଓ ସମସ୍ୟା ର ଫାଇଦା ଉଠାଇ କିଛି ସର୍ଦାର ଅନ୍ୟ ରାଜ୍ଯ ର ମିଲ ତଥା ଫ୍ୟାକ୍ଟ୍ରି ମାଲିକ ଙ୍କ ଠାରୁ ପଇସା ନେଇ କମ ପଇସାରେ ପେଟ ପାଟଣା ର ପ୍ରଲୋଭନ ଦେଖାଇ ଲୋକଙ୍କୁ ଅନ୍ୟ ଅଞ୍ଚଳ କୁ ଚାଲାଣ କରିଥାନ୍ତି। ତେବେ ଦାଦନ ଖଟିବାକୁ ଯାଇ ବିଭିନ୍ନ ପ୍ରତାରଣା ର ଶିକାର ହୋଇଥାନ୍ତି ଲୋକେ। ଏଣୁ ଏହି ବିଷୟ କୁ ନେଇ ବିଶ୍ଵ ମାନବ ଚାଲାଣ ବିରୋଧ ଦିବସ ଅବସରରେ ଝାରବନ୍ଧ ବ୍ଲକ୍ ର ବଡମହୁଲପାଲି ସ୍ଥାନରେ ଏକ ସଚେତନତା ବୈଠକ ଏଡ୍ ଏଟ୍ ଆକ୍ସନ ଦ୍ଵାରା ଆୟୋଜିତ ହୋଇଥିଲା l ଏଥିରେ ସ୍ଥାନୀୟ ସ୍କୁଲ ଶିକ୍ଷକ , ଅଙ୍ଗୱାଡ଼ି କର୍ମୀ, ଆଶା କର୍ମୀ, ୱାର୍ଡ ମେମ୍ବର ଓ କିଶୋର କିଶୋରୀ ମାନେ ଉପସ୍ଥିତ ଥିଲେ l
ଏହି ଅବସରରେ ମାନବ ଚାଲାଣ ଓ ଏହାକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଆଲୋଚନା ହୋଇ ମାନବ ଚାଲାଣ ବନ୍ଦ ପାଇଁ କିପରି ସଚେତନ ହେବା ଓ ନିୟମିତ ମାସିକ ବୈଠକ କରି ମାନବ ଚାଲାଣ ନ ହେବା ପାଇଁ ସୁଦୃଢ଼ ହେବା ପାଇଁ ନିଷ୍ପତ୍ତି ନିଆ ଯିବା ସହ ସ୍ଥାନୀୟ ପଞ୍ଚାୟତ କୁ ଋତକାଳୀନ ଛାତ୍ରାବାସ ପାଇଁ ଲିଖିତ ଅନୁରୋଧ କରାଯିବା ପାଇଁ ପ୍ରସ୍ତାବ ନିଆଯାଇଥିଲା।
ରାଜ୍ୟ
ବିଶ୍ଵ ମାନବ ଚାଲାଣ ବିରୋଧ ଦିବସ ରେ ସଚେତନତା ବୈଠକ
- Hits: 461








