ହେଡଲାଇନସ୍:

ସମ୍ବଲପୁରୀ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ, ସମ୍ବଲପୁରୀ ଭାଷା ର ଜନକ, କବି ସ୍ଵର୍ଗତ ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମ ଦିବସ କୁ ସ୍ମୃତି ଚାରଣ କରିବା ପାଇଁ ୨୦୧୦ ମସିହାରୁ ପ୍ରତି ବର୍ଷ ଅଗଷ୍ଟ ମାସ ୧ ତାରିଖରକୁ ସମ୍ବଲପୁରୀ ଦିବସ ରୂପେ ପାଳନ କରାଯାଉଛି l ସ୍ଵର୍ଗତ ବହିଦାର ଙ୍କ ଜନ୍ମ ୧୯୧୩ ମସିହାରେ ସୋନପୁର ଠାରେ ହୋଇଥିଲା। ବାପାଙ୍କ ନାମ ମିତ୍ରଭାନୁ ବହିଦାର ଓ ମାତା ଙ୍କ ନାମ ବିଳାସବତୀ। ସେ ସମ୍ବଲପୁର ଗୁରୁପଡା ଲୋୟର୍ ପ୍ରାଇମେରୀ ସ୍କୁଲ୍, ତାପରେ ପଟ୍ଟନାୟକ ପଡା ଏମ୍ ଇ ସ୍କୁଲ୍, ଓ ଜିଲ୍ଲା ସ୍କୁଲ ରେ ପାଠ ପଢି ୧୯୩୦ ମସିହା ରେ ମାଟ୍ରିକ ପରୀକ୍ଷା ରେ ଉତ୍ତୀର୍ଣ୍ଣ କରି ଥିଲେ l୧୯୩୬ ମସିହାରେ ସିଟି ପାସ୍ କରି ୧୯୩୭ ମସିହାରେ ବରଗଡ଼ ର ଜର୍ଜ ହାଇ ସ୍କୁଲ ରେ ଶିକ୍ଷକତା କରିଥିଲେ ପରେ ୧୯୪୦ ମସିହାରେ ମେଲଛାମୁଣ୍ଡା ମିଡିଲ ଭର୍ଣ୍ଣାକୁଲାର ସ୍କୁଲ ରେ ଶିକ୍ଷକତା କରିଥିଲେ ଏହା ପରେ ସମ୍ବଲପୁର ଜିଲ୍ଲା ସ୍କୁଲ ରେ ୨୩ ବର୍ଷ ଶିକ୍ଷକତା କରିଥିଲେ l ସେ ଲେଖି ଥିବା ସମ୍ବଲପୁରୀ ବହି ଗୁଡିକ ମଧ୍ୟରେ ଶ୍ରୀପଞ୍ଚମୀ, ଘୁବୁକୁଡୁ, ସାଧକ ଚନ୍ଦ୍ର ଶେଖର ବେହେରା, ଟିକଚହରା, ସମ୍ବଲପୁରୀ ଚ ଚଉତିଶା, ସତ୍ୟନାରାୟଣ ଗ୍ରନ୍ଥାବଳୀ ଅନ୍ୟତମ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ତଥା ଏହାର ପଡୋଶୀ ଜିଲ୍ଲା ବରଗଡ଼ ଓ ସୁନ୍ଦରଗଡ ଜିଲ୍ଲାରେ ଏହି ଦିବସ ପାଳନ କରାଯାଇଛି l ଏହା ବ୍ୟତୀତ ଉପକୂଳ ଜିଲ୍ଲା କଟକ ଓ ଭୁବନେଶ୍ଵର ରେ ମଧ୍ୟ ଏହି ଦିବସ ପାଳନ କରାଯାଉଛି।

 

 

Image

0
0
0
s2sdefault