ହେଡଲାଇନସ୍:

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିନ୍ ପାଳିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 'ସମ୍ବଲପୁରୀ ଦିନ୍' ପାଳିତ ହୋଇଛି। ଏଥି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବଲପୁରୀ ପିନ୍ଧି 'ସମ୍ବଲପୁରୀ ଦିନ୍' ମାନିଛନ୍ତି।
'ଅଗଷ୍ଟ ୧' ତାରିଖକୁ ଏଇ ଅଞ୍ଚଳର ଯଶସ୍ବୀ ସାହିତ୍ୟ ଓ ସଂସ୍କୃତି ସାଧକ ଗୁରୁ ସତ୍ୟନାରାୟଣ ବହିଦାର ଓ ଶ୍ରୀଧର ପଧାନଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ସ୍ବରୂପ 'ସମ୍ବଲପୁରୀ ଦିନ୍' ରୂପେ ପାଳନ କରାଯାଉଛି। ଲୋକଙ୍କ ଭାବାବେଗ ସହ ତାଳଦେଇ ଏହିଦିନ ବରଗଡ଼ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବେ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତ୍ର ସଂଖ୍ୟା. ୨୧୨ ତା ୩୧.୦୭.୨୦୨୩ରିଖରେ ସୂଚାଇ ଦିଆଯାଇଥିଲା। ସେଥିପାଇଁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ସମସ୍ତେ ସମ୍ବଲପୁରୀ ପିନ୍ଧି କାର୍ଯ୍ୟାଳୟକୁ ଆସିଥିଲେ। ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ସଭାଗୃହରେ ସମସ୍ତଙ୍କୁ ନେଇ ଆଲୋଚନା ସଭାର ଆୟୋଜନ ହୋଇଛି। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିନାୟକ ମିଶ୍ର ସଭା ସଂଯୋଜନା କରି ସମ୍ବଲପୁରୀ ଅସ୍ମିତା ଉନ୍ନତ ଲୋକସେବାର ସ୍ରୋତ ହୋଇପାରିବ ବୋଲି ମତରଖିଛନ୍ତି। ଉପଜିଲ୍ଲାପାଳ ଶ୍ରୀ କୁମ୍ଭାର ସମ୍ବଲପୁରୀ ବସ୍ତ୍ର ଓ ସଂଗୀତ କେଉଁଭଳି ଭାବେ ଆମକୁ ବିଭିନ୍ନତାରେ ଏକତାର ବାର୍ତ୍ତା ଦେଇ ଆମର ପରିଚୟ ହୋଇପାରିଛି ସେ ଉପରେ ଆଲୋକପାତ କରିଛନ୍ତି। ସହକାରୀ ଜିଲ୍ଲାପାଳ ଶ୍ରୀ ସନ୍ତୋଷ ପତି ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ କେମିତି ଏଇ ସଂସ୍କୃତି ଆବୋରି ନେଇଛି ସେ ଉପରେ ମତ ରଖିଛନ୍ତି। ଶ୍ରୀ ତୁଷାର ପଧାନ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନର ଅନୁଭୂତିରୁ ସମ୍ବଲପୁରୀ ସଂସ୍କୃତିର ଚେତନା ବିଷୟରେ ମତ ରଖିଛନ୍ତି। ସଭାରେ ଅନ୍ୟତମ ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକ, ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସମ୍ବଲପୁରୀ ଦିନ୍ ମାନିଛନ୍ତି। ସମ୍ବଲପୁରୀ ବସ୍ତ୍ରକୁ ସାଧାରଣ ଜନଜୀବନରେ ଅଧିକରୁ ଅଧିକ ଭାବରେ ବ୍ୟବହାର କରି ହସ୍ତତନ୍ତକୁ ପ୍ରୋତ୍ସାହିତ କରିବାର ଆହ୍ବାନ ଦେଇ ଉପଜିଲ୍ଲାପାଳ ସମସ୍ତଙ୍କୁ ସମ୍ବଲପୁରୀ ଦିନ୍ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

0
0
0
s2sdefault