ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ବିକାଶମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହେଲେ ବିଜେପି କର୍ମୀ l
(ଭୁବନେଶ୍ୱର-ଶାସକ ପ୍ରଶାସକ) :- ଲୋକମାନଙ୍କ ସୁଖ ଦୁଃଖର ସାଥି, ସାଢ଼େ 4 କୋଟି ଓଡ଼ିଆ ଙ୍କ ପାଇଁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, କଥା ନୁହେଁ କାମରେ ବିଶ୍ଵାସ ରଖିଥିବା ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ସର୍ବୋପରି ଦୃଢ଼ ସଂଗଠକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ବିକାଶମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନ ପରିସରରେ ଶତାଧିକ ବିଜେପି କର୍ମୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି l ଯାହାପାଇଁ ଏକ ମହାମିଶ୍ରଣ ପର୍ବ ଶଙ୍ଖଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ତେବେ ଏହି ମିଶ୍ରଣ ପର୍ବ ଦ୍ୱାରା ଆଗକୁ ରହିଥିବା ମିଶନ 2024 ନିର୍ବାଚନ ଏବଂ ଵର୍ତମାନ ଚାଲିଥିବା ମାହାଙ୍ଗା ବ୍ଲକ ନୃର୍ତ୍ତାଙ୍ଗ ଓ ଗୋତରା ପଞ୍ଚାୟତ ଉପନିର୍ବାଚନ ରେ ବିଜେଡି ଦଳ ପ୍ରତି ସାଧାରଣ ଜନସାଧାରଣ ଙ୍କ ଆସ୍ଥା ଓ ଭରସା ଦୁଇଗୁଣିତ ବୃଦ୍ଧି ହେବ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି l ଏପରିକି ଏହି ମିଶ୍ରଣ ପର୍ବର ଫଳାଫଳ ବିଜେଡି ଦଳ ସର୍ବୋପରି ସାଧାରଣ ଜନସାଧାରଣ ଙ୍କ ମନରେ ଦୃଢ଼ ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି l ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ପୋଡାମରାଇ ଗ୍ରାମ ପଞ୍ଚାୟତ ହେଉଛି ଏକ ସ୍ୱାଭିମାନର ପଞ୍ଚାୟତ l ଯେଉଁଠି ବିଜେଡି ର ବିକାଶମୂଳକ କାର୍ଯ୍ୟ ପ୍ରତି ବିଧାୟକ ପ୍ରତାପ ଜେନା ଙ୍କ ପ୍ରତି ସାଧାରଣ ଜନସାଧାରଣ ଙ୍କ ଆସ୍ଥା ଓ ଭରସା ଅତୁଟ ରହିଛି l ଯାହାପାଇଁ ପୋଡାମରାଇ ଗ୍ରାମପଞ୍ଚାୟତର ସରପଞ୍ଚ ନାରାୟଣ ସେଠୀ, ପଞ୍ଚାୟତ ସମିତିସଭ୍ୟ ସୋନାଲି ପ୍ରିୟଦର୍ଶିନୀ ରାଉତ, ନାଏବ ସରପଞ୍ଚ ଆରତୀ ଜେନା ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଵିଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି l
ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସାଧାରଣ ସମ୍ପାଦକ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ବିଜେପି କର୍ମୀମାନଙ୍କୁ ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ବିଜେପି କର୍ମୀ ମାନେ ସାମିଲ ହେବା ଦ୍ୱାରା ବିଜେଡି ର ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇବ ଏବଂ ଆଗାମୀ ଦିନରେ ବିକାଶମୂଳକ କାର୍ଯ୍ୟ ଅଧିକରୁ ଅଧିକ ହୋଇପାରିବ ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ଜେନା ସମସ୍ତ କର୍ମୀମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଅନୁଷ୍ଠାନିକ ଭାବେ ବିଜେଡି ଦଳରେ ସାମିଲ କରାଇଥିଲେ l
ଏହି ମିଶ୍ରଣ ପର୍ବରେ ପୋଡାମରାଇ ଗ୍ରାମ ପଞ୍ଚାୟତର ଆଲୋକ କୁମାର ଜେନା, ବାଇଧର ରାଉତ, ପ୍ରଦୀପ ବେହେରା, ମହେନ୍ଦ୍ର ସେଠୀ, ମନୋଜ କୁମାର ଜେନା, ଗୋବିନ୍ଦ ଜେନା, ଅର୍ଧେନ୍ଧୁ ଜେନା, ଗଣେଶ ପ୍ରଧାନ, ଝୁନୁ ମହାନ୍ତି, ରାଜେଶ ବେଦାନ୍ତ, ଗୋବିନ୍ଦ ଜେନା, ବାସନ୍ତୀ ଜେନା, ସୁଶାନ୍ତି ଜେନା, ବଳରାମ ଜେନା ଙ୍କ ସମେତ ବହୁ ବିଜେପି କର୍ମୀ ବିଜେଡି ଦଳରେ ସାମିଲ ହୋଇଥିଲେ l ଏହି ଅବସରରେ ସମସ୍ତ ବିଜେପି କର୍ମୀମାନେ ଆଗାମୀ ଦିନରେ ବିଜେଡି ସଂଗଠନ କୁ ମଜବୁତ କରିବା ପାଇଁ ଶପଥ ଗ୍ରହଣ କରିଥିଲେ l ଶେଷରେ ବିଜୁ ଜନତା ଦଳର ମୁଖପାତ୍ର ଡ଼. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l








