ବଲାଙ୍ଗିର (ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ଠାକୁର ): ୩୧ /୦୭ ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁସାରେ ଆଜି ବଙ୍ଗୋମୁଣ୍ଡା ବ୍ଲକ କାର୍ୟାଳୟଠାରେ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ,ଉପ- ଜିଲ୍ଲାପାଳ ଟିଟିଲାଗଡ ଶ୍ରୀ ଦୟାମୟ ପାଢୀ ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ , ବଙ୍ଗୋମୁଣ୍ଡା ବିଡିଓ ଓ ତହସିଲଦାର, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଜନ-ଅଭିଯୋଗ ଶୁଣାଣୀରେ ସମୁଦାୟ ୧୦୫ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୯୯ ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୬ ଟି ସାମୁହିକ ଦରଖାସ୍ତ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣୀ କରିଥିଲେ । ୯ ଟି ମାମଲା ର ଶୁଣାଣୀ ବ୍ଲକ କାର୍ୟାଳୟଠାରେ ସମାଧାନ ହୋଇଛି ଏବଂ ବାକି ଥିବା ମାମଲା ଗୁଡିକୁ ସମ୍ପୃକ୍ତ ବିଭାଗର ଅଧିକାରୀ ଙ୍କୁ ଶୀଘ୍ର ଶୁଣାଣୀ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ଏଥିରେ କୌଣସି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ରେଡକ୍ରସ ପାଣ୍ଠି ଅନ୍ତର୍ଗତ କୌଣସି ଅଭିଯୋଗ ମିଳିନଥିଲା ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ
ବଙ୍ଗୋମୁଣ୍ଡା ବ୍ଲକ ଅଫିସରେ ପ୍ରଶାସନର ଜନ-ଅଭିଯୋଗ ଶୁଣାଣୀ ।
- Hits: 223








