ହେଡଲାଇନସ୍:

ନିମାଇଁ ଚରଣ ପ୍ରଧାନ ହେଲେ ନୟାଗଡ଼ ବିଇଓ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ନଂ୧୮୪୦୯ ତା:୩୧.୦୭.୨୩ରିଖ ଅନୁଯାୟୀ ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ଭାବେ ନିମାଇଁ ଚରଣ ପ୍ରଧାନ ନିଯୁକ୍ତି ପାଇଛନ୍ତି। ଫଳରେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଖାଲି ପଡ଼ିଥିବା ନୟାଗଡ଼ ବିଇଓ ପଦବୀ ଏବେ ପୂରଣ ହୋଇଛି। ଶ୍ରୀଯୁକ୍ତ ପ୍ରଧାନଙ୍କ ନିଯୁକ୍ତିକୁ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି। ସୂଚନାଯୋଗ୍ୟ ଯେ ନବ ନିଯୁକ୍ତ ନୟାଗଡ଼ ବିଇଓ ଶ୍ରୀଯୁକ୍ତ ପ୍ରଧାନ ପ୍ରଥମେ ନୟାଗଡ଼ ବ୍ଳକ ଅନ୍ତର୍ଗତ ଚଣ୍ଡୀବସ୍ତ ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ।ପରବର୍ତ୍ତୀ ସମୟରେ ସେ ଶଙ୍ଖେଇ ହାଇସ୍କୁଲ ଏବଂ ବର୍ତ୍ତମାନ ଅଂକୁଲାଇ ହାଇସ୍କୁଲ, ମାନଧତାପୁରରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଜଣେ ଦକ୍ଷ ତଥା ଅଭିଜ୍ଞ ବିଜ୍ଞାନ ଶିକ୍ଷକ ଭାବେ ସମଗ୍ର ଜିଲ୍ଲାରେ ଶ୍ରୀଯୁକ୍ତ ପ୍ରଧାନ ପରିଚିତ ଥିବା ବେଳେ ପ୍ରଧାନ ଶିକ୍ଷକ ଭାବେ ମଧ୍ୟ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଜଣେ ସରଳ, ଅମାୟୀକ, ସୁଦକ୍ଷ ତଥା ସୁସଙ୍ଗଠକ ଭାବେ ପରିଚିତ ଶ୍ରୀଯୁକ୍ତ ପ୍ରଧାନଙ୍କ ନୟାଗଡ଼ ବିଇଓ ଭାବେ ନିଯୁକ୍ତି ସମଗ୍ର ଶିକ୍ଷକ ମହଲରେ ଆନନ୍ଦ ଉଲ୍ଲାସ ଖେଳାଇ ଦେଇଛି।

0
0
0
s2sdefault