ଜଗତସିଂହପୁର,ତା-୦୧.୦୭.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଂଚାୟତ ମିର୍ଜାପୁର ଗ୍ରାମର ଯୁବନେତା ତଥା କନିମୁଳ ପଂଚାୟତ ପୂର୍ବତନ ଯୁବ ବିଜେଡି ସଭାପତି ଶିବ ପ୍ରସାଦ ସ୍ୱାଇଁଙ୍କ ବ୍ଲକ ଯୁବ ବିଜେଡି ସମ୍ପାଦକ ଭାବେ ପଦୋନତି ହୋଇଥିବା ଜଣାପଡିଛି l ଜ଼ିଲ୍ଲା ଯୁବ ବିଜେଡି ସଭାପତି ସୋମ୍ୟଜିତ ମହାପାତ୍ରଙ୍କ ତରଫରୁ ଦଳୀୟ ଇସ୍ତାହାରରେ ସୂଚନା ପ୍ରକାଶ ପାଇଛି l ଶ୍ରୀଯୁକ୍ତ ସ୍ୱାଇଁ କନିମୁଳ ପଂଚାୟତ ଯୁବ ବିଜେଡି ସଭାପତି ଥିବାବେଳେ ପଂଚାୟତର ବିଭିନ୍ନ ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମ ସୁଚାରୁରୂପେ ତୁଲାଇଥିଲେ. ଶ୍ରୀଯୁକ୍ତ ସ୍ୱାଇଁ ଦଳ ପ୍ରତି ନିଷ୍ଠା ଓ କାର୍ଯ୍ୟ କରିବାର କୌଶଳ ବେଶ ଜଣା ବ୍ଲକ ଯୁବ ବିଜେଡି ସମ୍ପାଦକ ଭାବେ ମନୋନୀତ ହେବା ପରେ ଶ୍ରୀଯୁକ୍ତ ସ୍ୱାଇଁ ଏଥିପାଇଁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ, ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜ଼ିଲ୍ଲା ଯୁବ ବିଜେଡି ସଭାପତି ସୌମ୍ୟଜିତ ମହାପାତ୍ର ପ୍ରମୁଖ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଆଗାମୀ ଦିନରେ କନିମୁଳ ପଂଚାୟତରେ ବିଜୁ ଜନତା ଦଳୀୟ ଯୁବ ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବେବୋଲି ମତ ପ୍ରକାଶ କରିଥିଲେ. ଶ୍ରୀଯୁକ୍ତ ସ୍ୱାଇଁଙ୍କ ବ୍ଲକ ଯୁବ ବିଜେଡି ସମ୍ପାଦକ ପଦୋନତି ପାଇଁ କନିମୁଳ ପଂଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ବରିଷ୍ଠ ବିଜେଡି ସଂଗଠକ ବସନ୍ତ କୁମାର ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ଗୋପୀନାଥ ଦାଶ, ରବୀନ୍ଦ୍ର ନାଥ ମହାପାତ୍ର, ବ୍ଲକ ବିଜେଡି ଉପସଭାପତି ସନାତନ ଦଳାଇ, ଯୁବ ସମାଜସେବୀ ପି. କେ. ସ୍ୱାଇଁ, ପୂର୍ବତନ ଜ଼ିଲ୍ଲା ଯୁବ ବିଜେଡି ସମ୍ପାଦକ ପ୍ରଶାନ୍ତ କୁମାର ରାଉତ, ବିକାଶ ପଣ୍ଡା, ବିଜୟ ମଲ୍ଲିକ, ପୃଥ୍ୱୀରାଜ ପତି, ଅନିରୁଦ୍ଧ ପତି, ଅଖିଲ ଦାସ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, କେଳୁ ଚରଣ ପ୍ରଧାନ, ପ୍ରଦୋଷ ପଣ୍ଡା, ଶିଶିର ଦଳାଇ, ଦିଲ୍ଲୀପ ସ୍ୱାଇଁ, ସୁଧାଂଶୁ ଶେଖର ଦାସ, ଶୁଭ୍ରାଂଶୁ ଶେଖର ଦାସ, ନିର୍ମଳା ସାହୁ, ବନ୍ଦନା ଲେଙ୍କା, ଝରଣା ଦାସ, ଅନିତା ସାହୁ, ସ୍ବର୍ଣ୍ଣ ଲତା ସାହୁ, ମିନତୀ ସେଠିଙ୍କ ସମେତ ପଂଚାୟତ ର ଶତାଧିକ ପୁରୁଷ ଓ ମହିଳା ବିଜେଡି କର୍ମୀ ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ l
ରାଜ୍ୟ
ଶିବ ପ୍ରସାଦ ସ୍ୱାଇଁ ବ୍ଲକ ଯୁବ ବିଜେଡି ସମ୍ପାଦକ
- Hits: 313








