ପଦ୍ମପୁର:- ପଦ୍ମପୁର କେନ୍ଦୁପତ୍ର ଡିଭିଜନର ସମସ୍ତ ସିଜିନାଲ କର୍ମଚାରୀ ମାନଙ୍କ ବୈଠକ ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଅତିଥି ଭାବରେ ଯୋଗଦେଇ ସିଜିନାଲ କର୍ମଚାରୀ ମାନଙ୍କ ଉନ୍ନତି ତଥା ସରକାରଙ୍କ ଠାରୁ ମିଲୁଥିବା ଅନୁଦାନ ବିଷୟରେ ଆଲୋକପାତ କରିଥରଲେ, ଏହା ସେମାନଙ୍କ ବାକି ରହିଯାଇଥିବା ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସିଜିନାଲ କର୍ମଚାରୀ ମାନଙ୍କ କାର୍ଯ୍ୟକାଳ ବୃଦ୍ଧି, ୨୦୧୫ ମସିହା ରୁ ୨୦୨୨ ମସିହା ମଧ୍ୟରେ ଅବସର ଗ୍ରହଣ କରିଥିବା ହେଡ ଚେକର,ସର୍କଳ ଚେକର, ବନ୍ଧେଇ ଚେକର ମାନଙ୍କ ୧୫ ଦିନ ଗ୍ରାଇଚୁଇଟି ଦାବୀ,୨୦୧୫ ମସିହାରୁ ଅବସର ଗ୍ରହଣ କରିଥିବା ସିିଜିନାଲ କର୍ମଚାରୀ ମାନଙ୍କ ମାସିକ ଭତ୍ତା ଲାଗୁ କରିବା, ରେଞ୍ଜ ରେ ରେଞ୍ଜ ସଂଗଠନ ଗଠନ ଓ କେନ୍ଦୁପତ୍ର ଉପରେ ଜିଏସଟି ଟିକସ ଛାଡ ପାଇଁ ଦାବୀ ଭଲି ପାଞ୍ଚ ଗୋଟି ପ୍ରସ୍ତାବ ଏହି ବୈଠରେ ଗୃହିତ ହୋଇଥିଲା ।
ରାଜ୍ୟ
ପଦ୍ମପୁର କେନ୍ଦୁପତ୍ର ଡିଭିଜନର ସିଜିନାଲ କର୍ମଚାରୀ ମାନଙ୍କ ବୈଠକ ଅନୁଷ୍ଠିତ ।
- Hits: 215








