ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବ୍ଯାଙ୍କ ଅଫ୍ ବରୋଦା ପଦ୍ମପୁର ଶାଖା ସ୍ଥାନୀୟ ନେହେରୁଗଲି ପାଖ ପେଟ୍ରୋଲ ପମ୍ପ ସାମ୍ନା କୁ ସ୍ଥାନାନ୍ତରିତ ହୋଇଛି l ସ୍ଥାନାନ୍ତରିତ ହୋଇଥିବା ଏହି ବ୍ରାଞ୍ଚକୁ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୂଖ୍ୟ ଅତିଥି, ଡେପୁଟି ରିଜନାଲ ମ୍ୟାନେଜର କେଦାରନାଥ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ପ୍ରଥମେ ବ୍ଯାଙ୍କ ପକ୍ଷରୁ ବିଧାୟିକା ଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ପରେ ଅନୁଷ୍ଠିତ ବୈଠକରେ ଶାଖା ପ୍ରବନ୍ଧକ କିରନ କୁମାର ମହାନନ୍ଦ ସ୍ଵାଗତ ଭାଷଣରେ ବ୍ଯାଙ୍କ ତରଫରୁ ଗ୍ରାହକଙ୍କ ପାଇଁ ଯୋଗାଇ ଦିଆ ଯାଉଥିବା ସେବା ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l ପରେ ବିଧାୟିକା ନିଜ ବକ୍ତବ୍ୟରେ ବ୍ଯାଙ୍କ କର୍ମଚାରୀ ଙ୍କୁ ଗ୍ରାହକ ମାନଙ୍କ ଜମା ପୁଞ୍ଜିର ସୁରକ୍ଷା ତଥା ଉଦ୍ଦିଷ୍ଟ ସେବା ସଠିକ ରୂପେ ପ୍ରଦାନ କରିବା ପାଇଁ କହିବା ସହିତ ଉପସ୍ଥିତ ଗ୍ରାହକ ମାନଙ୍କୁ ବ୍ଯାଙ୍କ କର୍ମଚାରୀ ମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ଡି.ଆର୍.ଏମ୍ ଶ୍ରୀ ବେହେରା,
ଶୱାଜୀ ରାଓ ଗାଏକୱାଡ଼ ୩ ଙ୍କ ଦ୍ଵାରା ୨୦ ଜୁଲାଇ ୧୯୦୮ ରେ ପ୍ରତିଷ୍ଠିତ ହୋଇଥିବା ଏହି ବ୍ଯାଙ୍କ ବିଗତ ୧୧୫ ବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ଗ୍ରାହକଙ୍କ ସେବାରେ କାର୍ଯ୍ୟ କରି ଆସୁଛି ଏବଂ ଭାରତୀୟ ଷ୍ଟେଟ ବ୍ଯାଙ୍କ ପରେ ଦ୍ୱିତୀୟ ବୃହତ୍ତମ ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ ବରୋଦା, ଏଠାରେ ଗ୍ରାହକଙ୍କ ଜମା ଟଙ୍କା ସୁରକ୍ଷିତ ରହିବ ଏବଂ ଗ୍ରାହକ ମାନଙ୍କ ପକ୍ଷରୁ ଯାହା ବି ସନ୍ଦେହ ଥିବ ସେ ଶାଖା ପରିଚାଳକ ଙ୍କୁ ଯୋଗାଯୋଗ କରି ପାରିବେ ବୋଲି କହିଥିଲେ l ପଦ୍ମପୁର ରେ ଦଶବର୍ଷ ପୂର୍ବରୁ ଖୋଲି ଥିବା ଏହି ଶାଖା ପୁରୁଣା ଢାଞ୍ଚା ରେ ତିଆରି ହୋଇଥିବାରୁ ତଥା ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ନୂଆ ଢାଞ୍ଚା ରେ ଗୃହ ନିର୍ମାଣ ଏହାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବ୍ୟାଙ୍କ ର ଶତାଧିକ ଗ୍ରାହକ ଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ ଉପସ୍ଥିତ ଥିବା ବେଳେ ସନ୍ତୋଷ ପ୍ରଧାନ, ନିହାର ପାଣିଗ୍ରାହୀ, ତନୁଜ ସାହୁ ଅଜିତ ସାହୁ ପ୍ରମୂଖ ସହଯୋଗ କରିଥିଲେ l
ରାଜ୍ୟ
ସ୍ଥାନାନ୍ତରିତ ହେଲା ବ୍ଯାଙ୍କ ଅଫ୍ ବରୋଦା ପଦ୍ମପୁର ଶାଖା : ଉଦଘାଟନ କଲେ ବିଧାୟିକା
- Hits: 864







