ଓଡ଼ଗାଁ,୩୧।୭ (ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିବା ବେଳେ ନୟାଗଡ଼ ଜିଲ୍ଲାର ଅନେକ ପ୍ରାର୍ଥୀ ସଫଳତା ହାସଲ କରି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ରଙ୍ଗଣୀପାଟଣା ଝିଅ ଅରୁପା ପାଣିଗ୍ରାହୀ ଓଏଏସ (ଓଡିଶା ପ୍ରଶାସନିକ ସେବା) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ସାରା ଓଡ଼ିଶା ସ୍ତରରେ ୧୫୭ ନମ୍ବର ସ୍ଥାନ ହାସଲ କରି ରଙ୍ଗଣୀପାଟଣା ତଥା ସମଗ୍ର ଓଡ଼ଗାଁ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଅରୂପା ରଙ୍ଗଣୀପାଟଣା ଗ୍ରାମ ତୋଟା ସାହି ନିବାସୀ ଅଜିତ ପ୍ରସାଦ ପାଣିଗ୍ରାହୀ ଓ ମମତା ପାଣିଗ୍ରାହୀଙ୍କର ସୁଯୋଗ୍ୟ କନ୍ୟା ଅଟନ୍ତି। କଠିନ ପରିଶ୍ରମ ଓ ଏକାଗ୍ରତା ସହ ପିତା ମାତା ଓ ଶିକ୍ଷକଙ୍କର ଆଶୀର୍ବାଦ ବଳରେ ଅରୂପା ଏହି ସଫଳତା ପାଇଥିବା କହିଛନ୍ତି। ଏହି ଖବର ପାଇବା ପରେ ଓଡ଼ଗାଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ରାଜ୍ୟ
ଓଏଏସ ପାଇଲେ ଅରୁପା
- Hits: 312








