ହେଡଲାଇନସ୍:

ମଡେଲଡିଗ୍ରୀକଲେଜରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଶୋକ ସାହୁ, ଶାସକ ପ୍ରଶାସକ: ନବରଂଗପୁର ଜିଲ୍ଲାର ଟିର୍ଲି ଆମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ନିବାରଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସାନ ମସିଗାଁର ମେଡିକାଲ ମ୍ୟାନେଜର ଶ୍ରୀ ସୁଧାଂଶୁ ଶେଖର ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାର ପ୍ରକାରଭେଦ ଓ ଏହା କିପରି ସମାଜକୁ କଳୁଷିତ କରୁଛି, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଅନ୍ୟତମ ବକ୍ତା ଭାବେ ମେଡ଼ିକାଲ କାଉନସିଲର ଶ୍ରୀ କୃଷ୍ଣ ମେହେର ଯୋଗଦେଇ ନିଶାମୁକ୍ତ ନବରଂଗପୁର ପାଇଁ ଆମ ଦାୟିତ୍ଵ କଣ,ସେ ବିଷୟରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସଙ୍ଗେ ସଙ୍ଗେ ବୃତ୍ତ ଚିତ୍ର ମାଧ୍ୟମରେ ତମାଖୁ ସେବନର ପ୍ରଭାବ ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରି।ମହାବିଦ୍ୟାଳୟ ର ପ୍ରାଣୀ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ଡ ଅରବିନ୍ଦ କୁମାର ଓଝା ଏକ ବୃତ୍ତ ଚିତ୍ର ମାଧ୍ୟମରେ ମାଦକ ଦ୍ରବ୍ୟ ର ଭୟାବହତା ସମର୍କରେ ଆଲୋଚନା କରିଥିଲେ।ସୁସ୍ଥ ପରିବାର ତଥା ସୁସ୍ଥ ସମାଜ ଗଠନ ପାଇଁ ଏହାପରେ ଶପଥ ପାଠ କରା ଯାଇଥିଲା।ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଙ୍କ ଧନ୍ୟବାଦ୍ ଅର୍ପଣ ପରେ କାର୍ଯ୍ୟକ୍ରମର ପରି ସମାପ୍ତି ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସୋନୁ ସାହୁ, ଶ୍ରବଣ କୁମାର ପୁଝାରୀ,ସୁଲୋଚନା ନାୟକ,ପଲ୍ଲବୀ ସାହୁ,ବିକ୍ରମ ଭକ୍ତ ,ଜିଭିଭି ରଞ୍ଜିତା,ସୁମନ୍ତ ବାଘେଲ୍,ଧନର ମାଝୀ, ଅକ୍ଷୟ ଭକ୍ତ ତଥା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ସ୍ବେଛାସେବୀ ଯୋଗ ଦେଇଥିଲେ।

0
0
0
s2sdefault