ମା ଉଗ୍ରତାରାଙ୍କ "ବକୁଳ ଗଛ"ର ବିସର୍ଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୩୦.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଅନ୍ତର୍ଗତ ଚାଟ୍ରା ମୌଜାର ଦେଭୋଗ ଗ୍ରାମର ମା ଉଗ୍ରତାରାଙ୍କ ପୀଠରେ ଗତ ରବିବାର ଦିନ "ବକୁଳ ଗଛ " ର ବିସର୍ଜନ କରାଯାଇଛି ବକୁଳ ବାସୀନ ମା ଉଗ୍ରତାରା ଯଦିଓ ବହୁତ ଦିନ ଧରି ବକୁଳ ଗଛ ମୂଳରେ ପୂଜା ପାଇ ଆସୁଛନ୍ତି l କିନ୍ତୁ କିଛି ଦିନ ହେବ ମା ଙ୍କ ବକୁଳ ଗଛଟି ଶୁଷ୍କ ହୋଇଯିବା ଫଳରେ ଗଛଟିକୁ ଗତ ରବିବାର ଦିନ ମା ଙ୍କ ଆଶୀର୍ବାଦ ନେଇ କଟା ଯାଇଛି ସତପଡା ଗ୍ରାମର ମହା ମହୋପଧ୍ୟାୟ ପଣ୍ଡିତ ଗୋବିନ୍ଦ ମିଶ୍ର ଙ୍କ ପରାମର୍ଶରେ ଓ ମା ଙ୍କ ଆଶୀର୍ବାଦ ନେଇ ଗଛ ଟିକୁ କାଟିବା ପାଇଁ ଗ୍ରାମବାସୀବୃନ୍ଦ ନିଷ୍ପତି ନେଇଥିଲେ l ଯାହା ଫଳରେ ଗତ ରବିବାର ଦିନ ଦିବା ୧୧ ଘଟିକା ସମୟରେ ଗଛ କାଟିବା କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକା ସମୟରେ ଶେଷ ହୋଇଥିଲା l ଏହା ପରେ ଗଛର କାଠ ଏବଂ ଡାଳ ସମୂହକୁ ନାମକୀର୍ତ୍ତନ ସହ ଦେବି ନଈରେ ବିସର୍ଜନ କରାଯାଇଥିଲା l ପୂଜାଵିଧିବିଧନୁସାରେ ମହାରଣା ଓ ଗ୍ରାମବାସୀଙ୍କ ସହଯୋଗରେ ଗଛଟିକୁ କଟା ଯାଇଥିଲା l ମା ଉଗ୍ରତାରା ହଉଛନ୍ତି ଦେଭୋଗ ଗ୍ରାମର ଗ୍ରାମ ଦେବତୀ l ମାଙ୍କର ମନ୍ଦିର ତିଆରି ହେବା ପାଇଁ ଗଛଟିକୁ କାଟିବା ଦରକାର ପଡିଥିଲା l ମାଙ୍କ ପୀଠରେ ବର୍ଷବ୍ୟାପି ବିଭିନ୍ନ ପୂଜାପାର୍ବଣ ଅନୁଷ୍ଠିତ ହୋଇଥାଏ l ଅକ୍ଷତୃତୀୟରେ ମାଙ୍କ ବିଶ୍ୱଶାନ୍ତି ଦେବୀ ମହାଯଜ୍ଞ, ସରସ୍ବତୀ ପୂଜାରେ ମା'ଙ୍କ ପାଖରେ ଅଷ୍ଟମ ପ୍ରହର ନାମଯଂଜ୍ଞ ଦୋଳ ମେଲଣ ବାସନ୍ତିକ ଦୁର୍ଗାପୂଜା ଆଦିପର୍ବ ଅନୁଷ୍ଠିତ ହୋଇଥାଏ l ପ୍ରତ୍ୟେକ ମଙ୍ଗଳବାର ଦିନ ସନ୍ଧ୍ୟାରେ ମା'ଙ୍କ ପାଖରେ ମଙ୍ଗଳବାର ପାଳି ପୂଜା ଅନୁଷ୍ଠିତ ହୁଏ l ପ୍ରତ୍ୟେକ ମାସର ପୂର୍ଣ୍ଣମୀରେ ମଧ୍ୟ ମା'ଙ୍କ ପାଖରେ ପାଳି ଅନୁଷ୍ଠିତ ହୋଇଥାଏ l

0
0
0
s2sdefault