ଓଡ଼ଗାଁ,୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ କୁରାଳ ବିକେ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରବିବାର ସାମୁହିକ ବିଷ୍ଣୁ ସହସ୍ରନାମ ପାଠ ଓ ଘୃତଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ବୈଦିକ ବ୍ରାହ୍ମଣ ସମାଜ ସମ୍ପାଦକ ଫକିର ମୋହନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ପଣ୍ଡୁସର, ବାଉଁଶିଆପଡ଼ା, ଦିବ୍ୟସିଂପୁର, ଶ୍ୟାମଘନପୁର, ନୟାଗଡ, ପଲ୍ଲୀଶାସନ, ଶରଣକୁଳ, ଭିକାରୀପଡ଼ା, ଗୋଡିପଡ଼ା, କୋଡ଼ିଏ କାହାଣିଆ, ଚାହାଳି, ରାବାରା, ଗୋଠବଣ, ଓଡ଼ଗାଁ, କୁରାଳ, ପନ୍ତିଖାରୀ ଶାସନ, ସାକେରୀ, ବାଉଁଶଗାଡିଆ ଓ ରାବରାରୁ ଆସିଥିବା ବୈଦିକ ବ୍ରାହ୍ମଣମାନଙ୍କ ଦ୍ବାରା ବିଶ୍ବକଲ୍ୟାଣ ଉଦ୍ଧେଶ୍ୟରେ ନାମପାଠ ସହିତ ରୁଦ୍ର, ରାମ, କୃଷ୍ଣ, ଲକ୍ଷ୍ମୀଙ୍କ ନାମାବଳୀ ପାଠ କରାଯାଇଥିଲ।ବରିଷ୍ଠ ସମାଜସେବୀ ରାମେଶ୍ୱର ପଣ୍ଡା ଏବଂ ତାଙ୍କପତ୍ନୀ ପ୍ରତିମା ପଣ୍ଡା କର୍ତ୍ତାଭାବେ ଦାୟୀତ୍ବ ତୁଲାଇଥିବା ବେଳେ ବରିଷ୍ଠ ପୁରୋହିତ ପ୍ରଭାକର ମିଶ୍ର, କମଳାକାନ୍ତ ରଥ,ଘନଶ୍ୟାମ ମିଶ୍ର, ତୋଷବନ୍ତ କର, ଲଳିତମୋହନ ମିଶ୍ର, ସତ୍ୟ ଷଡଙ୍ଗୀ, ସନ୍ତୋଷ କୁମାର ତ୍ରିପାଠୀ, ନିରଞ୍ଜନ ତ୍ରିପାଠୀ, ଦୁର୍ଗା ଚରଣ ତ୍ରିପାଠୀ, ନୃସିଂହ ଚରଣ ଶତପଥୀ, ବିଜୟ କର, ସତ୍ୟ ନାରାୟଣ ଷଡ଼ଙ୍ଗୀ, ଦିଲ୍ଲୀପ ଆଚାର୍ଯ୍ୟ ଓ ଓଡ଼ଗାଁ ରଘୁନାଥ ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ ପ୍ରମୁଖ ଯଜ୍ଞକାର୍ଯ୍ୟ ପରିଚାଳନା କରିଥିଲେ। ବୈଦିକ ବ୍ରାହ୍ମଣ ସମାଜଦ୍ଵାରା ନଗର ପରିକ୍ରମା କରାଯାଇଥିବା ବେଳେ ପ୍ରତିଘର ସାମ୍ନାରେ ପୂର୍ଣ୍ଣକୁମ୍ଭ ଥୋଇବା ସହିତ ମା' ମାନଙ୍କ ହୁଳହୁଳି ଶବ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା ।କାର୍ଯ୍ୟକ୍ରମରେ କୁରାଳ ବ୍ରାହ୍ମଣ ସମାଜର ସଭାପତି ପ୍ରଦୀପ୍ତ କୁମାର ଦାଶଙ୍କ ସମେତ ସମସ୍ତସଭ୍ୟ ଓ କୁରାଳ ଗ୍ରାମବାସୀ ସହଯୋଗ କରିଥିଲେ।
ରାଜ୍ୟ
ବୈଦିକ ବ୍ରାହ୍ମଣ ସମାଜ ଦ୍ବାରା ବିଷ୍ଣୁ ସହସ୍ରନାମ ପାଠ
- Hits: 346








