ପଦ୍ମପୁର :- ସ୍ଥାନୀୟ ଡ଼ାକବଙ୍ଗଳା ଠାରେ ଆଜି ପଦ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୂପେ କାର୍ଯ୍ୟରତ ନିର୍ମଲ ଧରୁଆ ଙ୍କୁ ଗୋଁଣ୍ଡ ସମାଜ କର୍ମଚାରୀ ମଞ୍ଚ ତରଫରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି l ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୂପେ ଶ୍ରୀମାନ ଧରୁଆ ଙ୍କ ପଦୋନ୍ନତି ହୋଇଛି l ଶ୍ରୀମାନ ଧରୁଆ ପଦ୍ମପୁର ରେ ଗୋଁଣ୍ଡ ସମାଜ କର୍ମଚାରୀ ମଞ୍ଚ ସହିତ ଦୀର୍ଘଦିନ ଧରି ଜଡିତ ରହିଥିଲେ I ତାଙ୍କ ପଦୋନ୍ନତି ପାଇଁ ଗୋଁଣ୍ଡ ସମାଜ କର୍ମଚାରୀ ମଞ୍ଚ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏହି ସମ୍ବର୍ଦ୍ଧନା ସଭା ରେ ଗୋଁଣ୍ଡ ସମାଜ କର୍ମଚାରୀ ମଞ୍ଚ ର ଅଶ୍ବିନୀ କୁମାର ଧରୁଆ,ହେମନ୍ତ ଧରୁଆ, ରାମ ସିଂ ଭୋଇ ,ରାଏ ସିଂହ ମାଝୀ ,ରମେଶ ଜଗତ ,ଧନଞ୍ଜୟ ଧରୁଆ ,ସରୋଜ ଧରୁଆ ,ସମାରୁ ଧରୁଆ ,ବିରେନ୍ଦର ସିଂହ ସିଦାର ,ଶୁସିଲ ଭୋଇ ,କୁବେର ଧରୁଆ, ଶୁଦନଧରୁଆ ,ଜଳଧର ନାଏକ ସମେତ ଅନେକ ସାମିଲ ହୋଇଥଲେ l
ରାଜ୍ୟ
ପଦ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ ଙ୍କୁ ଗୋଁଣ୍ଡ ସମାଜ କର୍ମଚାରୀ ମଞ୍ଚ ତରଫରୁ ବିଦାୟୀ ସମ୍ବର୍ଦ୍ଧନା
- Hits: 398








