ହେଡଲାଇନସ୍:

ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ : ‘ବୃକ୍ଷ ବଂଚିଲେ ଆମେ ବଂଚିବା ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା /ସାରନଗରୀ,୩୦ା୭(ବସନ୍ତ କୁମାର ଜେନା): ଦକ୍ଷିଣ ରାଉରକେଲା ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଓ ସେକ୍ଟର ୨୨ କର୍ମଚାରୀ କଲ୍ୟାଣ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାନପୋଷ ରେଂଜ ଅଫିସର ଜ୍ଞାନେନ୍ଦ୍ର ଲିମା ଯୋଗ ଦେଇଥିଲେ । ମଣିଷ ଓ ବୃକ୍ଷ ମଧ୍ୟରେ ରହିଥିବା ନିବିଡ଼ତା ସମ୍ପର୍କ ଓ ବନ୍ଧୁତ୍ୱ ଉପରେ ଗରୁତ୍ୱ ଆରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ସିଆରପିଏଫ ଡ଼େପୁଟି କମାଣ୍ଡର ସିରାଜୁଲ ଆଲାମ,ଟାଙ୍ଗରପାଲୀ ଥାନା ବରିଷ୍ଠ ସବ ଇନ୍ସପେକ୍ଟର ସିନ୍ମୟ ବଳ,ବରିଷ୍ଟ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଯୋଗ ଦେଇଥିଲେ । ଅତିଥି ଭାବେ ଶିକ୍ଷାବିତ୍ ଆଦିତ୍ୟ କୁମାର ଷଢଙ୍ଗୀ,ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ସ୍ୱାଇଁ,ଅଶୋକ କୁମାର ସାମଲ,ଉତ୍କଳମଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ସାହୁ,ମୁଣ୍ଡାଯୋର ପଂଚାୟତ ଉଚ୍ଚ ବଦ୍ୟାଳୟର ପ୍ରଧାନଶିକ୍ଷକ ମୀନକେତନ ମହାପାତ୍ର,ସାମାଜିକ କର୍ମୀ ଗଜେନ୍ଦ୍ର ତନ୍ତୀ,ସନ୍ତୋଷ ଦାସ ଯୋଗ ଦେଇଥିଲେ । ଅତିଥି ମାନେ ବୃକ୍ଷରୋପଣର ଉପକାରିତା ଓ ତାର ଯତ୍ନ କିପରି ନେବେ ଛାତ୍ରଛାତ୍ରୀମାନଙ୍କ କହିବା ସହ ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ଚାରା ରୋପଣ କରି ତାର ଯତ୍ନ କିପରି ନେବାକୁ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ େଓô୍‌ଲଫେୟାର ଟ୍ରଷ୍ଟର ସଭାପତି ଶିବ ଶଙ୍କର ନାୟକ,ସୁକାନ୍ତ ମହାନ୍ତି,ରାଧେଶ୍ୟାମ ଚିକ,ସୁକନାଥ ବିଶୋଇ,ନିରାକର ବାରିକ,ପରମାନନ୍ଦ ତନ୍ତୀ,ସୁରେଶ ରାମ,ନରେନ୍ଦ୍ର ମଲ୍ଲିକ,ପରମେଶ୍ୱର ବେହେରା,ସୁରେନ୍ଦ୍ର୍ ଦାସ,ୟୁଧିଷ୍ଠିର ପଶାୟତ.ସାମାଜିକ କର୍ମୀ ସଂଜୟ ଦାସ,ଅଧ୍ୟାପକ ଜିତେନ୍ଦ୍ର ପୃଷ୍ଟି,ସତେନ୍ଦ୍ର ସିଂ,ସୁନୀଲ ସାମଲ,ଚନ୍ଦ୍ର ଶେଖର ମୁନୀ ସମେତ ସେକ୍ଟର ୨୨ କର୍ମଚାରୀ କଲ୍ୟାଣ ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ କ୍ଷୀରୋଦ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault