ହେଡଲାଇନସ୍:

ସିଆରି ମାଳରେ କଙ୍ଗାରୁ କୋର୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମା' ଝିଅକୁ ଦାଣ୍ଡରେ ଟଣାଓଟରା କରି କୋଠ ଘରେ ରଖି ତାଲା ପକାଇଲେ ଗାଁ ସଭାପତି,

  • ୨ ଘଣ୍ଟା ପରେ କୋଠଘରୁ ମା ଝିଅକୁ ଉଦ୍ଧାର କଲେ ଓଡ଼ଗାଁ ପୋଲିସ

ଓଡ଼ଗାଁ,୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ସିଆରିମାଳ ଗାଁରେ ରବିବାର ଅପରାହ୍ନ ୩ ବେଳେ ଉକ୍ତ ଗାଁର ୩ ଜଣ ମହିଳା ମାଝିଅଙ୍କୁ ଘରୁ ଭିଡିଆଣି ଧକା, ମୁଖିମାରି ଘୋଷାରି ଘୋଷାରି ଗାଁ କୋଠଘରେ ଭର୍ତ୍ତି କରିବା ପରେ ଗାଁର ସଭାପତି ଅରୁଣ ଗୁରୁ ଏବଂ ଗାଁ କମିଟି ସଦସ୍ୟ କୃଷ୍ଣ ଚନ୍ଦ୍ର ନାୟକ, ପ୍ରମୋଦ ବଡଚାଟ କୋଠଘରେ ଚାବି ପକାଇ ଅଟକ ରଖିଥିଲେ । ଏବଂ ଘରୁ ଝିଙ୍କିଆଣିଥିବା ମହିଳା ମାନେ ହେଲେ ନବୀନା ନାୟକଙ୍କ ସ୍ତ୍ରୀ ସୁଜାତା ନାୟକ, ଟୁକୁନା ନାୟକଙ୍କ ସ୍ତ୍ରୀ ଟିକିନା ନାୟକ, ଉଲା ନାୟକଙ୍କ ସ୍ତ୍ରୀ ସରସ୍ଵତୀ ନାୟକ । ବିଶେଷ ସୂତ୍ରରୁ ଖବର ପାଇ ବାହାଡାଝୋଲା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୋଗକାରୀ ପ୍ରତାପ କୁମାର ବଡଚାଟଙ୍କ ସ୍ତ୍ରୀ କୁମାରୀ ବଡଚାଟ(୫୦) ଏବଂ ଝିଅ ମାମାଲି ନାୟକ(୨୫) ଙ୍କୁ ଉଦ୍ଧାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ପୁଅର ପରକୀୟା ପ୍ରୀତି ଘଟଣାକୁ ନେଇ ଗତ ଜୁନ ମାସ ୨୨ ତାରିଖରେ ଗ୍ରାମ କମିଟି ଉପସ୍ଥିତିରେ ସର୍ବସମ୍ମତିକ୍ରମେ ପ୍ରତାପ କୁମାର ବଡଚାଟଙ୍କୁ ୧ଲକ୍ଷ ୬୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା । ପ୍ରତାପ ଏତେ ଗୁଡାଏ ଟଙ୍କା ଦେବାପାଇଁ ଅକ୍ଷମତା ପ୍ରକାଶ ସତ୍ବେ ଗ୍ରାମବାସୀ ଏକଥାକୁ ଶୁଣି ନଥିଲେ । ଏବଂ ଜୁଲାଇ ୨୨ ତାରିଖ ସୁଦ୍ଧା ୧ଲକ୍ଷ ୬୦ ହଜାର ଟଙ୍କା ଦେବା ପାଇଁ ବାଧ୍ୟ ବାଧକତାରେ ରାଜି ହୋଇଥିଲେ । କିନ୍ତୁ ଟଙ୍କା ଯୋଗାଡ କରିନପାରିବାରୁ ସମୟ ଗଡ଼ି ଗଲା । ଏବଂ ଏତେ ଗୁଡାଏ ଟଙ୍କା ଦେବା ପ୍ରତାପ ପାଖରେ କେବେବି ସମ୍ଭବ ହୋଇପାରିବ ନାହିଁ ବୋଲି ଶନିବାର ରାତିରେ ଗ୍ରାମସଭା ବସିଥିଲା । ଏବଂ ନିଷ୍ପତ୍ତି କ୍ରମେ ପ୍ରତାପ କୁମାର ବଡଚାଟ ଏବଂ ତାଙ୍କ ଗାଁରେ ଥିବା ଝିଅ ଘରକୁ ଠାରୁ ଅଲଗା ରହିବା ପାଇଁ ଗାଁରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି । ଅପରପକ୍ଷରେ ଘରେ କେହି ନଥିବା ବେଳେ ଅପରାହ୍ନ ୩ ବେଳେ ମା' ଝିଅଙ୍କୁ ଘରୁ ଘୋଷାରି ଆଣିବା ଏବଂ କୋଠଘରେ ଅକଥନୀୟ ନିର୍ଯାତନା ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ଛାୟା କଙ୍ଗାରୁ କୋଟ ପାଇଁ ପୋଲିସ କେଉଁ ପ୍ରକାର ଆଇନଗତ ପଦକ୍ଷେପ ଗ୍ରହଣ କରୁଛି, ସେସବୁ ଦେଖିବା ପାଇଁ ବାକି ରହିଲା ।

0
0
0
s2sdefault