ବାସୁଦେବପୁର - ବାସୁଦେବପୁର ବିଜେପି ପକ୍ଷ ରୁ ରକ୍ତ ତୀର୍ଥ ମଣ୍ଡଳମହା ସମାବେଶ, ସ୍ଥାନୀୟ ଆର୍ତ୍ତୁଙ୍ଗ ଗ୍ରାମ ପଞ୍ଚାୟତ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ସଭା କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବେ ଧାମନଗର ବିଧାୟକ ସୂର୍ଯ୍ୟ ବଂଶୀ ସୁରଜ, ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ ଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଭଗବାନ ପଣ୍ଡା, ବିଧାନ ସଭା ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ, ବିଧାନ ସଭା ମଣ୍ଡଳୀ ପ୍ରଭାରୀ ତପସ୍ୱିନୀ ମହାପାତ୍ର, ବିଜେପି ନେତା ଅଶୋକ ସାହୁ, ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ଜିଲ୍ଲା କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ, ନିର୍ମଳ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ଟି ରକ୍ତତୀର୍ଥ ମଣ୍ଡଳ ର ସଭାପତି କୈଳାସ ପଣ୍ଡା ଙ୍କ ସଭାପତିତ୍ବ ରେ ପରିଚାଳନା କରାଯାଇଥିଲା। ଏହି ଅବସର ରେ ବିଧାୟକ ସୂର୍ଯ୍ୟ ବଂଶୀ ସୁରଜ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ର ବହୁ ବିକାସ ମୁଖି କାର୍ଯ୍ୟ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ତତ୍ ସହିତ ଓଡ଼ିଶା ପାଇଁ ପ୍ରଧାନ ମନ୍ତ୍ରୀ ଙ୍କ ଅବଦାନ ଅତୁଳନୀୟ ବୋଲି କହିବା ସହ ରାଜ୍ୟ ସରକାର ଙ୍କବିଭିନ୍ନ ଦୁର୍ନୀତି ରେ ବୁଡି ରହିଛି ବୋଲି କହିଥିଲେ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ରାସନ୍ କାର୍ଡ, ଭଳି ଅନେକ ଯୋଜନା ରେ ରାଜ୍ୟ ସରକାର ଙ୍କ ଜନ ମାରଣ ନୀତି କରୁଛନ୍ତି ବୋଲି କହିବା ସହ ସେ ଏହାକୁ ବିରୋଧ କରି ପ୍ରଧାନ ମନ୍ତ୍ରୀ ଙ୍କ ବିକାସ ମୁଖୀ କାର୍ଯ୍ୟ କୁ ପ୍ରଶଂସା କରିଥିଲେ।
ଆଜିର ଏହି କାର୍ଯ୍ୟ କର୍ମ ରେ ବିଜେପି ନେତା ରାଜେନ୍ଦ୍ର ବାରିକ୍, ବିଭୂତି ପାଣିଗ୍ରାହୀ, ତାଯୁ ଖାଁ, ଆନନ୍ଦ ଦାସ ଙ୍କ ସହ ଅନ୍ୟ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ସଫଳ କରାଇ ଥିଲେ। ରକ୍ତ ତୀର୍ଥ ମଣ୍ଡଳ ରେ ଶତାଧିକ ଜନ ସାଧାରଣ ଉକ୍ତ କାର୍ଯ୍ୟ କର୍ମ ରେ ଯୋଗ ଦେଇ ଥିଲେ।
ରାଜ୍ୟ
ବିଜେପି ର ରକ୍ତ ତୀର୍ଥ ମଣ୍ଡଳ ମହା ଜନ ସଭା ଅନୁଷ୍ଠିତ
- Hits: 534








