ହେଡଲାଇନସ୍:

ଓଡ଼ିଶା ସରକାରୀ ମୋଟର କର୍ମଚାରୀ ସଙ୍ଘର ଜିଲ୍ଲା ସ୍ତରୀୟ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟା ଅନୁଷ୍ଠିତ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ଅଶୋକ ସାହୁ : ଶାସଜ ପ୍ରଶାସକ ଓଡିଶା ସରକାରୀ ମୋଟର କର୍ମଚାରୀ ନବରଙ୍ଗପୁର ଜିଲ୍ଲା ପ୍ରାର୍ଥୀ ଚୟନ ପ୍ରକ୍ରିୟା ସ୍ଥାନୀୟ ନବରଙ୍ଗପୁର ସଦରମହକୁମା ଅମଲା ଭବନ ସଭାଗୃହରେ ରାଜ୍ୟ ସଭାପତି ଶ୍ରୀ ଗଗନ ବିହାରୀ ପ୍ରଧାନ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାତ କୁମାର ରଣା, ରାଜ୍ୟ ଯୁଗ୍ମ ସମ୍ପାଦକ ଗଜେନ୍ଦ୍ର କୁମାର ମନ୍ତ୍ରୀ, ରାଜ୍ୟ ସଂଗଠନ ସମ୍ପାଦକ ଅକତାର ଅଲ୍ଲୀ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ସୁବାସ ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତି ଓ ସହମତିରେ ଜିଲ୍ଲା ସରକାରୀ ମୋଟର କର୍ମଚାରୀ ସଂଘ ନବରଙ୍ଗପୁର ଶାଖାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା | 
ଏହି କାର୍ଯ୍ୟକ୍ରମରେ ରାଜ୍ୟ କର୍ମକର୍ତା ଓ ଜିଲ୍ଲା ସଭ୍ୟଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ଭାବରେ ଶ୍ରୀ ମହାଦେବ ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ହେମନ୍ତ କୁମାର ଗରଡ଼ା କୋଷାଧକ୍ଷ ଶ୍ରୀ ଜିତେନ୍ଦ୍ର ମହାପାତ୍ର, ଉପଦେଷ୍ଟା ଶ୍ରୀ ନୀଳ କଣ୍ଠ ମହାପାତ୍ର ଦୁଇ ଗୋଟି ଉପ ସଭାପତି,ସମ୍ପାଦକ ସହ କାର୍ଯ୍ୟକାରୀ କମିଟି ଗଠନ ସହମତିରେ ହୋଇଥିଲା |
ଏହି ଅବସରରେ ଅବସର ନେଇଥିବା ଚାଳକଙ୍କୁ ମାନପତ୍ର ସହ ସମସ୍ତ ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକର୍ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା |
ଏହି କାର୍ଯ୍ୟକ୍ରମକୁ ଶ୍ରୀ ହେମନ୍ତ କୁମାର ଗରଡ଼ା ପରିଚାଳନା କରିଥିବାବେଳେ ରାଜ୍ୟ ସଭାପତିଙ୍କ ଅଦକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା. ଏହି ସଭାରେ ଜିଲ୍ଲାର ଅନେକ ଚାଳକ ଯୋଗ ଦେଇଥିଲେ |

0
0
0
s2sdefault