ହେଡଲାଇନସ୍:

କେନାଲ ଦଦରା ହେବାରୁ ଜଳ ଯୋଗାଣ ଠପ୍ : ପାଞ୍ଚଶହ ଏକର ଚାଷଜମି ପଡ଼ିଆ ପଡ଼ିବା ନେଇ ଚାଷୀ ଚିନ୍ତାରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଢେଙ୍କାନାଳ / ରବିନ୍ ଦାସ ; କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଣ୍ଡାଧର ଡ୍ୟାମ ରୁ ଦକ୍ଷିଣ ପାର୍ଶ୍ଵ କେନାଲ ଦେଇ ଚାଷ ଜମିକୁ ଜଳ ଯୋଗାଣ ହେଉଥିବା ବେଳେ ସଠିକ୍ ଅଞ୍ଚଳକୁ ପହଞ୍ଚୁ ନଥିବା ନେଇ ଅସନ୍ତୋଷ । ସରକାର କେନାଲ ମରାମତି ପାଇଁ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁ ଥିବା ବେଳେ ଚାଷୀ ଜମିକୁ ପହଞ୍ଚି ପାରୁ ନାହିଁ ଜଳ । ଏଭଳି ଘଟଣା ଦେଖିବାକୁ ମିଳିଛି ବସନ୍ତପୁର ପେଟି କେନାଲ ଓ କଙ୍କଡ଼ାହାଡ଼ ପେଟି କେନାଲ ଉପରେ ନିର୍ଭର କରୁଥିବା ଅଞ୍ଚଳରେ । ଗୋଟିଏ ପଟରେ ତରବରିଆ ଭାବେ ମୁଖ୍ୟ କେନାଲକୁ ସଫା କରୁ ଥିବା ବେଳେ ଏହି ସମସ୍ୟା ଉପରେ ଦୃଷ୍ଟି ଗୋଚର କରୁ ନାହାନ୍ତି ବିଭାଗୀୟ ଯନ୍ତ୍ରୀ । ଚାଷ ଜମିକୁ ଜଳ ନ ଆସିବାରୁ ଚାଷୀ ଅଭିଯୋଗ କଲେ ବିଭାଗୀୟ ଯନ୍ତ୍ରୀ ନାଲି ଆଖି ଦେଖାଉଥିବା ଚାଷୀ କୁହନ୍ତି । ପାଞ୍ଚଶହ ଏକର ଜମି ପଡ଼ିଆ ପଡ଼ିବାରୁ ଚାଷୀ କୂଳ ମୁଣ୍ଡରେ ହାତ ଦେଇଛନ୍ତି ହେଲେ କୌଣସି ବିଭାଗୀୟ ଯନ୍ତ୍ରୀଙ୍କ ଏଥିପ୍ରତି ଗୁରୁତ୍ବ ନାହିଁ । ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ଶେଷ ସୁଦ୍ଧା ଚାଷ କାର୍ଯ୍ୟ ଶେଷ ହେଉ ଥିବା ବେଳେ ଏବର୍ଷ ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି କିନ୍ତୁ ଏଠାରେ ଚାଷ କାମ ଆରମ୍ଭ ହୋଇନି । ଜଳ ଅଭାବରୁ ଉକ୍ତ ଚାଷଜମି ସବୁ ଫାଟି ଆଁ କଲାଣି ଯାହାକୁ ଦେଖି ଚାଷୀମାନେ ପ୍ରତି ମୁହୂର୍ତ୍ତରେ ଅସହ୍ୟ କଷ୍ଟ ପାଉଛନ୍ତି । ମୁଖ୍ୟ କେନାଲରେ ଭରପୂର ଜଳ ଆସୁଥିବାର ଦେଖିବାକୁ ମିଳୁ ଥିବା ବେଳେ ପେଟି କେନାଲରେ ବିଲକୁଲ ଜଳ ନାହିଁ । କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ ହୋଇ କେନାଲ ନିର୍ମାଣ ହୋଇଛି ହେଲେ ଚାଷୀଙ୍କ କୋୖଣସି କାମରେ ଲାଗୁନି । ଠିକାଦାର ନିମ୍ନ ମାନର କାର୍ଯ୍ୟ କରିଥିବାରୁ କେନାଲ ଖୁବ୍ କମ୍ ଦିନରେ ଭାଙ୍ଗି ଦଦରା ହୋଇଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ସରକାରୀ ନିୟମ ଉଲଙ୍ଘନ କରି ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ମଧ୍ୟ ଏଥିରେ ସାମିଲ୍ ଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ କାଲି ଯାଇ ଘଟଣାସ୍ଥଳରେ ପହଞ୍ଚିବି ବୋଲି କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯନ୍ତ୍ରୀ କେବେ ଯାଉଛନ୍ତି ଆଉ ଚାଷୀ ମାନଙ୍କ ସମସ୍ୟା ଦୂର ପାଇଁ କି ପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରୁଛନ୍ତି ।

0
0
0
s2sdefault