ରାଉରକେଲା(ବସନ୍ତ କୁମାର ଜେନା) : କାଉନସିଲ ଅଫ୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ (ସିଆଇଏସସିଇ) ଦ୍ୱାରା ଆୟୋଜିତ ରିଜଓ ନାଲ ଦୌଡ଼କୁଦ ପ୍ରତିଯୋଗିତା ରାଉରକେଲା ସ୍ଥିତ ବିର୍ଶାମୁଣ୍ଡା ଏଥେଲେଟିକ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି। ଓଡ଼ିଶା ର ୮ ଟି ଜୋନରୁ ମୋଟ ୪୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ୧୪ ବର୍ଷରୁ କମ୍ ,୧୭ ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ବର୍ଗରେ ମୋଟ ୪୦ ଟି ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା
ମୁଖ୍ୟ ଅତିଥି ଭାବରେ ଉଦଘାଟନୀ ଉତ୍ସବ ରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ସମ୍ମାନୀତ ଅତିଥି ଭାବରେ ଏସଆଇଏସସି ଜାତୀୟ ସମ୍ପାଦକ ଫାଦର ଏସ.ଜୋସେଫ , ଆଇସିଏସସି ସ୍କୁଲ ଓଡ଼ିଶା ରିଜନ ର ସମ୍ପାଦକ ତଥା ପ୍ରିନ୍ସିପାଲ କୋର୍ଡିନେଟର ଗେମ୍ସ ଏଣ୍ଡ ସ୍ପୋଟ୍ସ ସିଷ୍ଟର ସେଲଭି ଉପସ୍ଥିତ ଥିଲେ। ଅର୍ଗାନାଇଜିଙ୍ଗ ସମ୍ପାଦକ ତଥା କାରମେଲ ବିଦ୍ୟାଳୟ ଜଲଦା ର ଅଧ୍ୟକ୍ଷା ସିଷ୍ଟର ଜୟସିଲି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବିଭିନ୍ନ ବିଭାଗର ବିଜେତା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳୀ ମାନଙ୍କୁ ମେରିଟ୍ ସାର୍ଟିଫିକେଟ୍ ଓ ପଦକ ପ୍ରଦାନ କରାଯାଇଛି। ଉକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଏଥେଲେଟ ମାନଙ୍କୁ ଆସନ୍ତା ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାହେବ । ରାଉରକେଲାର ସମସ୍ତ ଆଇସିଏସସି ବିଦ୍ୟାଳୟ ର ଅଧ୍ୟକ୍ଷ/ଅଧ୍ୟକ୍ଷା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l
ରାଜ୍ୟ
ସିଆଇଏସସିଇ ଆଞ୍ଚଳିକ ଦୌଡକୁଦ ପ୍ରତିଯୋଗିତା ଉଦଘାଟିତ
- Hits: 313








