ହେଡଲାଇନସ୍:

୩ ମାସ ହେବ ହାଇମାଷ୍ଟ ଜଳୁନଥିବା ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼(ବସନ୍ତ କୁମାର ଜେନା) : ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ବାଲିଶଙ୍କରା ପଞ୍ଚାୟତ ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ ତେଲିଜୋର ଗ୍ରାମ ମୁଖ୍ୟ ରାସ୍ତା କଡ଼ରେ ଥିବା ହାଇମାଷ୍ଟ ଗତ ୩ ମାସ ହେବ ଜଳୁନଥିବା ଅଭିଯୋଗ ହୋଇଛି ! ଦୁର୍ଗମ ଜଙ୍ଗଲ ମଧ୍ୟ ରହିଛି ଯେଉଁଠି ହାତୀ ଅନେକ ସମୟ ରେ ଗ୍ରାମକୁ ମାଡ଼ି ଆସୁଛି ! ଏବଂ ଘର ବାଡ଼ିରେ ମଧ୍ୟ ପହଞ୍ଚିଯାଉଛି ! ଏଠାରେ ଷ୍ଟ୍ରିଟ ଲାଇଟ୍ ଜଳୁ ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗ୍ରାମବାସୀ ! ଗ୍ରାମବାସୀ ସନ୍ଧ୍ୟା ହେଲେ ଅନ୍ଧାରରେ ରୋଡକୁ ବାହାରି ପାରୁନାହାଁନ୍ତି ! ଉପଯୁକ୍ତ ତଦନ୍ତ କରି ଉକ୍ତ ଗ୍ରାମକୁ ବିଦ୍ୟୁତ୍ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ଗ୍ରାମବାସୀ

0
0
0
s2sdefault