ହେଡଲାଇନସ୍:

ଜବାହର ନବୋଦୟ ବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି- ୨୦୨୦ ପ୍ରଣୟନର ୩ୟ ବାର୍ଷିକ ପାଳନ ଉତ୍ସବ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ଉଦଘାଟନୀ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି -୨୦୨୦ ର ୩ୟ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଶନିବାର ଦିନ ପ୍ରଗତି ମଇଦାନ ଠାରେ ଏହାର ଉଦଘାଟନୀ କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଆଜି ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ଠାରେ ଥିବା ଜବାହର ନବୋଦୟ ବିଦ୍ୟାଳୟ ଠାରେ ଏହାର ସିଧା ପ୍ରସାରଣ କାର୍ଯ୍ୟକ୍ରମ ବଡ ପରଦାରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅବିଭାବକ ମାନେ ଉପସ୍ଥିତ ରହି ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଉପାଦେୟ ଉପକାରିତା ଉପରେ ବିଶେଷ ଭାବେ ଅବଗତ ହୋଇଥିଲେ।
ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ କାର୍ଯ୍ୟରତ ସମସ୍ତ ବିଦ୍ୟାଳୟ ବିଭିନ୍ନ ଶିକ୍ଷାନୁଷ୍ଠାନ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରୁଛନ୍ତି। ଯାହାକି , ଏ ସବୁ ପ୍ରାଥମିକ , ମାଧ୍ୟମିକ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିର ବ୍ୟବସ୍ଥା ଅନୁଯାୟୀ ପାଠ୍ୟ-ଖସଡା ପ୍ରସ୍ତୁତ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରାଯାଉଛି।
ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଏହି ନୂତନ ଶିକ୍ଷା ନୀତି ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କିଭଳି ସହାୟକ ହେଉଛି ଏବଂ ଆଗାମୀ ଭବିଷ୍ୟତ ଦିନ ମାନଙ୍କରେ ଏହା ଦ୍ବାରା ଛାତ୍ରଛାତ୍ରୀ କିଭଳି ଉପକୃତ ହେବେ ଏବଂ ଏହା ଅବିଭାବକ ମାନଙ୍କୁ କିଭଳି ଲାଭଦାୟକ ହେବ ଏବଂ ଏହା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି ହେବା ଦିଗରେ ବିଶେଷ ସହାୟକ ହେବା ସହ ମୌଳିକ ଶିକ୍ଷାକୁ ସୁଦୃଢ କରିବା ଏବଂ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବା ପ୍ରତି ବିଶେଷ ଗୁରୁତ୍ବ ଦିଆଯିବା ଏବଂ ସର୍ବୋପରି ଛାତ୍ରଛାତ୍ରୀ ମାନଙ୍କ ଆଗ୍ରହ ଅନୁସାରେ ବିଷୟ ମନୋନୟନ କରିବା ପ୍ରତି ସମସ୍ତ ବିଦ୍ୟାର୍ଥୀ ସମାନ ସୁଯୋଗ ପାଇବା ନିମନ୍ତେ ଏ ଦିଗରେ ଏକାଧିକ ପଦକ୍ଷେପ ନିଆଯାଇଥିବା ସମ୍ପର୍କରେ ବିଦ୍ୟାଳୟର ଛାତ୍ରୀ କେ. ବୈଶାଲ୍ୟ ଓ ଅବିଭାବକ ପ୍ରଜ୍ଞା ପରମିତା ଦୋରା ସମେତ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ରଥ ପ୍ରମୁଖ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି।

0
0
0
s2sdefault