ହେଡଲାଇନସ୍:

ବର୍ଷାଙ୍କ ବଢୁଥିବା ଲୋକପ୍ରିୟତାରେ ହତୋତ୍ସାହିତ ବିରୋଧୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଧାୟିକାଙ୍କ ବିରୋଧରେ ଅପପ୍ରଚାରକୁ ନେଇ ବର୍ଷିଲା ବିଜେଡି

ବିଧାୟିକାଙ୍କୁ ବଦନାମ କରିବାକୁ ବାରମ୍ବାର କରାଯାଉଛି ମିଥ୍ୟା ଅପପ୍ରଚାର

"କିଛି  ଗଣମାଧ୍ୟମ ଉଦ୍ଦେଶ୍ୟମୂଳକ ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିରୋଧୀ ମାନଙ୍କ ଏଜେଣ୍ଡା ଅନୁସାରେ ବିଧାୟିକାଙ୍କୁ ବଦନାମ କରିବାର ପ୍ରୟାସ କରୁଛନ୍ତି"

ପଦ୍ମପୁର : ( ଶିବାଶିଷ ପଟ୍ଟନାୟକ ) ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହାଙ୍କ ନାମ , ଗତ ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯିବା ପରଠାରୁ ବିରୋଧୀ ଓ କିଛି ଖଳ ପ୍ରକୃତିର ଲୋକଙ୍କ ଆରମ୍ଭ ହୋଇଯାଇଥିଲା ବର୍ଷାଙ୍କ ଵିରୋଧରେ ଅପପ୍ରଚାର ଓ ଷଡ଼ଯନ୍ତ୍ର । ପ୍ରଥମେ କେମିତି ଓ କଣ କଲେ ବର୍ଷାଙ୍କୁ ଉପନିର୍ବାଚନରେ ହରେଇ ହେବ ସେଥିପାଇଁ ଯିଏ ଯାହା ପାରିଲା ଅପପ୍ରଚାର କଲା । କିନ୍ତୁ ଉପନିର୍ବାଚନ ସମୟରେ ବିରୋଧୀଙ୍କୁ ଧୂଳି ଚଟେଇ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବା ବର୍ଷା ସିଂ ବରିହା ବିରୋଧୀଙ୍କୁ କଡା ଜବାବ ଦେବାରେ ସକ୍ଷମ ହୋଇଥିଲେ । ଉପନିର୍ବାଚନ ପରେ ମଧ୍ୟ କ୍ରମାଗତ ଭାବରେ ତାଙ୍କ ବିରୋଧରେ ଲଗାତାର ଅପପ୍ରଚାରର ମହୋଲ କୁ ଗରମ କରି ରଖିଛନ୍ତି ବିରୋଧୀ । ଏହାର ଏକ ମାତ୍ର କାରଣ ହେଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବୃଦ୍ଧି ପାଉଥିବା ବର୍ଷାଙ୍କ ଲୋକପ୍ରିୟତା । ଉପନିର୍ବାଚନ ପରେ ବିଧାୟିକା ବର୍ଷା ସିଂ ବରିହା ପ୍ରତ୍ୟେକ ଦିନ ସକାଳୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀ ର ଗାଁ ଗାଁ ବୁଲି ନିଜର ଲୋକ ସମ୍ପର୍କ ବଢାଇବା ସହିତ ଲୋକଙ୍କ ସୁଖଦୁଃଖ ରେ ପ୍ରତ୍ୟକ୍ଷ ଭାବରେ ସାମିଲ ହେଉଛନ୍ତି । ଯାହା ଫଳରେ ବର୍ତ୍ତମାନ ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଘରେ ଘରେ ନିଜର ସ୍ୱତନ୍ତ୍ର ଛାପ ଛାଡି ପାରିଛନ୍ତି । ମୁଖ୍ୟତଃ ମହିଳା ଓ ଯୁବ ସମାଜ ଭିତରେ ବୃଦ୍ଧି ପାଉଥିବା ବର୍ଷାଙ୍କ କ୍ରେଜ କୁ ସହଜରେ ହଜମ କରି ପାରୁ ନାହାନ୍ତି ବିରୋଧୀ । ଏଣୁ ବିରୋଧୀଙ୍କ ବର୍ତ୍ତମାନ କେବଳ ଗୋଟିଏ ଉଦ୍ଦେଶ୍ୟ ଯେ ଜେଣ ତେଣ ପ୍ରକାରେଣ ବିଧାୟିକା ଙ୍କୁ ବଦନାମ କରିବାର ପ୍ରୟାସ କ୍ରମାଗତ ଭାବରେ ଜାରି ରଖିଛନ୍ତି ।
ସଦ୍ୟ ଘଟିତ ଘଟଣା କ୍ରମେ ଆଜି ସକାଳୁ ଗୋଟେ ନିର୍ଦିଷ୍ଟ ଛପା ଗଣମାଧ୍ୟମ ଓ ଗୋଟେ ବୈଦୁତିକ ଗଣମାଧ୍ୟମରେ ବିଧାୟିକା ବର୍ଷାଙ୍କ ନାମରେ ପାଇକମାଲ ଥାନାରେ ଏକ ମମାଲ ରୁଜୁ ହୋଇଥିବା ମିଥ୍ୟା ଖବର ପ୍ରସାରିତ କରାଯାଇଥିଲା । କପୋଲ କଳ୍ପିତ , ଭିତ୍ତିହୀନ , ମିଥ୍ଯା ଖବର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର ହେବା ପରେ ବିଜୁ ଜନତା ଦଳର କର୍ମୀ ତଥା ନେତୃ ମଣ୍ଡଳୀ ଙ୍କର ଭିତରେ ଆଲୋଡନ ସୃଷ୍ଟି ହୋଇଥିଲା । ଏହାପରେ ସନ୍ଧ୍ୟା ସମୟରେ ପଦ୍ମପୁର ବିଜୁ ଜନତା ଦଳର କାର୍ଯ୍ୟାଳୟରେ ଦଳର ସମ୍ପାଦକ ଶ୍ରୀ ରାଜୁ ଘିବେଲା ଆଜି ପ୍ରସାରିତ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଲକଳ୍ପିତ ବୋଲି ସୂଚନା ଦେବା ସହିତ ବିରୋଧି ମାନଙ୍କ ଉପରେ ବର୍ଷିଛନ୍ତି । କିଛି ଗଣମାଧ୍ୟମ ଉଦ୍ଦେଶ୍ୟମୂଳକ ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିରୋଧୀ ମାନଙ୍କ ଏଜେଣ୍ଡା ଅନୁସାରେ ବିଧାୟିକାଙ୍କୁ ବଦନାମ କରିବାର ପ୍ରୟାସ କରୁଛନ୍ତି ବୋଲି ପାଇକମାଲ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ସୂଚନା ପ୍ରଦାନ କରିଥିବା ବେଳେ , ଭିତ୍ତିହୀନ ସମ୍ବାଦ ପରିବେଷଣ କରି ଲୋକଙ୍କୁ ଭୁଆଁ ବୁଲେଇବା କେତେଦୂର ଉଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

0
0
0
s2sdefault