ହେଡଲାଇନସ୍:

ବିପୁଳ ମାତ୍ରାରେ କଫସିରପ ଓ ନିଶା ବଟିକା ଜବତ: ତିନି ଅଭିଯୁକ୍ତ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନାଧିକାରୀ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଆଜି ପାଇକମାଲ ପୋଲିସ ତରଫରୁ ଅବୈଧ ନିଶା ବ୍ୟବସାୟ ରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତ ଙ୍କର ଉପରେ ପୋଲିସ ଚଢ଼ାଉ କରି ବ୍ୟାପକ ମାତ୍ରାରେ କଫ ସିରଫ ଓ ନିଶା ବଟିକା ଜବତ କରିବାରେ ସଫଳ ହୋଇଛି । ପୋଲିସ ଚଢ଼ାଉ ରେ ଧରା ପଡିଥିବା ଅଭିଯୁକ୍ତ ମାନେ ହେଲେ , ପାଇକମାଲ ଭୋଇ ପଡା ନିଵାସୀ ମଳିଆ ସାହୁ ,ଶୋଢା ଗ୍ରାମର ଦିନେଶ ବେହେରା ପିତା ଭକ୍ତ ବେହେରା ଓ ଟେମରି ଗ୍ରାମର ନର୍ସିଂ ଠାକୁର ପିତା ସତ୍ୟବାଦୀ ଠାକୁର ବୋଲି ଥାନା ଅଧିକାରୀ ଶ୍ରୀ। ସୁଶାନ୍ତ ବଢ଼େଇ ସୂଚନା ପ୍ରଦାନ କରିଛନ୍ତି । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ ପାଇକମାଲ ଥାନା ଜେଶ ନମ୍ବର 174/23 ଧାରା274/275/34ipc ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଙ୍କର ସୂତ୍ରରୁ ପ୍ରକାଶ ।

0
0
0
s2sdefault