ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ବାସିନ୍ଦାମାନଙ୍କୁ ମୌସୁମୀ ପ୍ରସ୍ତୁତି ପାଇଁ ସହାୟତା କରିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏହାର ପ୍ରୟାସ ହେଉଛି ଜଳ ସଂରକ୍ଷଣକୁ ବୃଦ୍ଧି କରିବା, କ୍ଷତିକାରକ ପ୍ରଭାବକୁ କମ କରିବା ଓ ଜଳବାହିତ ରୋଗ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା

ଝାରସଗୁଡ଼ା : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଝାରସଗୁଡ଼ା ବାସିନ୍ଦାମାନଙ୍କୁ ମୌସୁମୀ ଆରମ୍ଭ ହେବା ପୂର୍ବରୁ ପ୍ରସ୍ତୁତ ରହିବା ଲାଗି ସାହାଯ୍ୟ କରୁଛି । ବଶେଷତଃ ଏହି ଋୁତୁରେ ଗୋଷ୍ଠୀ ପାଇଁ ଜଳ ଓ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟି ଦେଇ କମ୍ପାନି ଏକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି ।
ପ୍ରବଳ ବୃଷ୍ଟିପାତର ସମ୍ଭାବନାକୁ ହ୍ରାସ କରିବା ଓ ଏହି ଅଂଚଳର ଭିତିଭୂମି ସୁରକ୍ଷା ଲାଗି ସୁନାରୀମୁଣ୍ଡା ଠାରୁ ଡିଏଭି ବିଦ୍ୟାଳୟ ପରିସର ତଥା ଝାରସୁଗୁଡ଼ାର ମା ସମଲେଶ୍ୱରୀ ନଗର, ଝାରସୁଗୁଡ଼ାର ଡ୍ରେନେଜ ପ୍ରବାହକୁ ପରିସ୍କାର କରି ପାଣି ନର୍ଗମନ ବ୍ୟବସ୍ଥାକୁ ସୁନିଶ୍ଚିତ କରିଛି । ବର୍ଷା ଜଳ ନିଷ୍କାସନ ସମସ୍ୟାକୁ ରୋକିବା ଦିଗରେ ଅତିରିକ୍ତ କ୍ଷତି ପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହି ପଦକ୍ଷେପର ଅଂଶ ସ୍ୱରୂପ ବେଦାନ୍ତ ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଳ, କଟିକେଲା, ଓ ଡାଲକି ଗ୍ରାମ ପଂଚାୟତରେ ଥିବା ୧୦ଟି ଗୋଷ୍ଠୀଙ୍କ ପୋଖରୀକୁ ସଫା କରି ପୁନରୁଦ୍ଧାର କରିଛି ଯାହା ମୌସୁମୀ ସମୟରେ ଭୂତଳ ଜଳ ରିଚାର୍ଜ ଓ ବର୍ଷା ଜଳ ଅମଳ କରିବାରେ ସହଜ ହେବ । ଏହି ପଦକ୍ଷେପ ଗୁଡ଼ିକ ଘର, କୃଷି ଓ ପଶୁପାଳନ ପାଇଁ ବର୍ଷ ସାରା ସହାୟକ ହେବ । ଚଳିତ ବର୍ଷା ଆରମ୍ଭରୁ କମ୍ପାନି ସ୍ଥାନୀୟ କର୍ତୃପକ୍ଷ ଓ ଗୋଷ୍ଠୀ ସହାୟତାରେ ୧୯ ଟି କମ୍ୟୁନିଟି ପୋଖରୀକୁ ପୁନରୁଦ୍ଧାର କରିଛି । ଯାହା ଉପରେ ୩୦୦୦ରୁ ଅଧିକ ଲୋକ ନିର୍ଭର କରିଥାନ୍ତି ।
ଏଥିସହ କମ୍ପାନି ଏକ ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ କରିଛି ଯାହା ମ୍ୟାଲେରିଆ,ଡେଙ୍ଗୁ ଓ ତରଳ ଝାଡ଼ା ପରି ପ୍ରମୁଖ ରୋଗ ର ନିରାକରଣ ପାଇଁ ଲୋକମାନଙ୍କୁ ସଚେତନ କରାଉଛି । ଲକ୍ଷଣ ଚିହ୍ନଟ କରିବା, କ୍ଷତିକାରକ ପଦାର୍ଥଠାରୁ ଦୂରେଇ ରହିବା ଓ ଯଥା ସମୟରେ ଚିକିତ୍ସାର ଗୁରୁତ୍ୱ ବିଷୟରେ ଲୋକମାନଙ୍କୁ ବୁଝାଯାଇଛି । ଏହି ପାରସ୍ପରିକ ଆଲୋଚନା ଅଧିବେଶନ ଜରିଆରେ ସଦସ୍ୟମାନଙ୍କୁ ସଶକ୍ତ କରି କମ୍ପାନି ନିଜକୁ ଓ ସେମାନଙ୍କ ପରିବାରକୁ ପ୍ରଭାବଶାଳୀ ଭାବରେ ରକ୍ଷା କରିବା ଲାଗି ଜ୍ଞାନ ଓ ଦକ୍ଷତା କୌଶଳ ପ୍ରଦାନ କରିବା ଲକ୍ଷ୍ୟ ରଖିଛି ।
କମ୍ପାନିର ମୌସୁମି କାର୍ଯ୍ୟକ୍ରମ ବିଷୟରେ ମତ ଦେଇ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ- ଆଲୁମିନିୟମ ବ୍ୟବସାୟ କହିଛନ୍ତିଯେ- ଆମ ଗୋଷ୍ଠୀର କଲ୍ୟାଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆମର ଲକ୍ଷ୍ୟ । ବିସ୍ତୃତ ମୌସୁମି କାର୍ଯ୍ୟକ୍ରମ ଜରିଆରେ ଗୋଷ୍ଠୀର ସ୍ୱାସ୍ଥ୍ୟ ସଚେତନତା ଓ ସେମାନଙ୍କୁ ପ୍ରତିପୋଷଣ କରିବା ଦିଗରେ ଆମେ ଧ୍ୟାନ ଦେଉଛୁ । ଏହି ସମୟରେ ଦେଖାଦେଉଥିବା ଆହ୍ୱାନକୁ ସାମୁହିକ ଭାବେ ସମାଧାନ କରି ଆମେ ସମସ୍ତଙ୍କ ପାଇଁ ଏକ ନିରାପଦ ଓସ୍ୱାସ୍ଥ୍ୟକର ପରିବେଶ ଗଠନ କରିପାରିବା ।
କମ୍ପାନିକୁ ଧନ୍ୟବାଦ ଜଣାଇ ଡାଲକି ଗ୍ରାମ ପଂଚାୟତର କୁରେବଗା ଗ୍ରାମର ୱାର୍ଡ ସଦସ୍ୟ ପରକ୍ଷିତ ନାଏକ କହିଛନ୍ତିଯେ ବେଦାନ୍ତର ପଦକ୍ଷେପକୁ ଆମେ ଆନ୍ତରିକ ଧନ୍ୟବାଦ ଜଣାଉଛୁ । ପୋଖରୀ ପୁନରୁଦ୍ଧାର ଠାରୁ ଆରମ୍ଭ କରି ବହୁତ ଗୁଡ଼ିଏ ପଦକ୍ଷେପ ଆମ ସମାଜ ପାଇଁ ବହୁତ ସାହାଯ୍ୟ କରିବ । ମୁଁ ନିଶ୍ଚିତଯେ କମ୍ପାନିର ସହଯୋଗରେ ଆମ ଗୋଷ୍ଠୀର ସାମୁହିକ ସୁସ୍ଥତା ବଜାୟ ରହିପାରିବ ।
ବେଦାନ୍ତ ଝାରସୁଗୁଡ଼ାର ସାମାଜିକ ପଦକ୍ଷେପ ମଧ୍ୟରେ ବହୁପ୍ରକାର କାର୍ଯ୍ୟକ୍ରମ ଗୋଷ୍ଠୀର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି । ତନ୍ମଧ୍ୟରୁ ଜୀବିକା, ଜୈବ ନିବେଶ ଓ ଗୋଷ୍ଠୀ ଭିତିଭୂମିର ବିକାଶ ଦ୍ୱାରା ଝାରସୁଗୁଡ଼ାର ୮୦ଟି ଗାଁର ପ୍ରାୟ ୩ ଲକ୍ଷ ଲୋକ ଉପକୃତ ହୋଇ ପାରୁଛନ୍ତି । ଏହାର ୩୫୦ଟିରୁ ଅଧିକ ଏସଏଚଜି ଜରିଆରେ ୪୦୦୦ ମହିଳା ଉପକୃତ ହେବା ସହ ଡୋରଷ୍ଟେପ ହେଲଥ କେୟାର ମାଧ୍ୟମରେ ପ୍ରାୟ ୪୩,୦୦୦ ଲୋକ ବର୍ଷକୁ ଉପକୃତ ହେଉଛନ୍ତି । ସେହିପରି ୧୩,୦୦୦ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଶିକ୍ଷା ସହାୟତା ଯୋଗାଇ ଦିଆଯାଉଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ରାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

0
0
0
s2sdefault