ହେଡଲାଇନସ୍:

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗାଇସିଲାଟ: ସ୍ଥାନିୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ଡକ୍ଟର ସୁନୀଳ କୁମାର ପଣ୍ଡା,ସମ୍ମାନୀତ ଅତୀଥି ଭାବରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ସଭାପତି ଶ୍ରୀଯୁକ୍ତ ଦିବ୍ୟକିଶୋର ପଣ୍ଡା ଯୋଗଦାନ କରିଥିଲେ।ଏହି କାର୍ୟ୍ଯକ୍ରମରେ ଅତିଥି ମାନଙ୍କର ପରିଚୟ ପ୍ରଦାନ ଶିଶୁ ମନ୍ଦିର ପ୍ରମୁଖ ଗୁରୁଜୀ ପ୍ରେମରାଜ ମଟାରୀ କରିଥିଲେ। ଉଦ୍ଦେଶ୍ଯ କଥନ ବିଦ୍ୟାଳୟ ର ବିଜ୍ଞାନ ପ୍ରମୁଖ ଗୁରୁଜୀ ଅରକ୍ଷିତ ସାହୁ କରିଥିଲେ।ଶେଷରେ ବିଦ୍ୟାଳୟର ଗୁରୁଜୀ ଟଙ୍କଧର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଜ ଭାବରେ ଚାଣ୍ଟିପାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁ, କେର୍ମେଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ରୁବି ସାହୁ ଏହି କାର୍ୟ୍ଯକ୍ରମରେ ସହଯୋଗ କରିଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳା ରେ ୨୧୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ବିଦ୍ୟା ମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ଜଗନ୍ନାଥ ପୁଟେଲ ଶିଶୁ ମନ୍ଦିର ବାଟିକା ପ୍ରମୁଖ ବେଦବ୍ୟାସ ପଧାନ ।ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

0
0
0
s2sdefault