ହେଡଲାଇନସ୍:

ଘୁ.ଉଦୟଗିରିର ବିଭିନ୍ନ ସମସ୍ୟାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କଲେ ପ୍ରେସ କ୍ଲବ ସଦସ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟା ସହ କାଲିଗାଡୁ ହିଲ ଭିୟୁ ପର୍ଯ୍ୟଟନ ସ୍ଥଳୀ ଓ ରାଜାଗାଡ଼ା ଜଳପ୍ରପାତର ବିକାଶ, ଘୁ.ଉଦୟଗିରି ସହରରେ ବାଇପାସ ରୋଡ଼ ନିର୍ମାଣ, ସରକାରୀ /ବେସରକାରୀ ବସଷ୍ଟାଣ୍ଡର କାର୍ଯ୍ୟକ୍ଷମକୁ ନେଇ ବିଡ଼ିଓ ଆଶିଷ କୁମାର ତ୍ରିପାଠୀ ଙ୍କ ସହ ଆଜି ପ୍ରେସ କ୍ଲବର କର୍ମ କର୍ତ୍ତାଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି ଘୁ.ଉଦୟଗିରି ପ୍ରେସ କ୍ଲବର ସଦସ୍ୟ I ଏହି ଆଲୋଚନା କାର୍ଯ୍ୟରେ ପ୍ରେସ କ୍ଲବର ସଭାପତି ଅରୁଣ କୁମାର ଷଡଙ୍ଗୀ, ସମ୍ପାଦକ ଅନିଲ କୁମାର ଦଳବେହେରା, ସାଙ୍ଗଠନିକ ସଂପାଦକ ଗଗନ କୁମାର ପ୍ରଧାନ, ସହ-ସମ୍ପାଦକ ସୁଜିତ କୁମାର ସାହୁ ବରିଷ୍ଠ ସାମ୍ବାଦିକ ଦେବନାଥ ଦଳବେହେରା, ପତିତ ପାବନ ସାହୁ, ପ୍ରସନ୍ନ କୁମାର ମିଶ୍ର, ଆଶୁତୋଷ ସାହୁ, ଏନ.ରାଜା ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ I ସ୍ଥାନୀୟ ବ୍ଲକର ସମସ୍ତ ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ବ ଦେବା ସହ ତୁରନ୍ତ ସମାଧାନ ହେବ ବୋଲି ବି.ଡ଼ି.ଓ ଆଶିଷ କୁମାର ତ୍ରିପାଠୀ ପ୍ରତିଶ୍ରୁତି ଦେଇଥିଲେ I

0
0
0
s2sdefault