ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରତିବର୍ଷ ଜୁଲାଇ ମାସ୨୯ ତାରିଖ କୁ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଏ l ଇଂରାଜୀରେ ଏହାକୁ ଗ୍ଲୋବାଲ ଟାଇଗର ଡେ କୁହଯାଏ l ଏହି ଦିବସ ପାଳନ ନିମେନ୍ତ ୨୦୧୦ ମସିହା ରେ ସେନପିଟର ବର୍ଗ ଠାରେ ଅନୁଷ୍ଠିତ ବାଘ ଶୀର୍ଷ କ ସମ୍ମିଳନୀ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ବ୍ୟାଘ୍ର ସଂରକ୍ଷଣ କରିବା ପାଇଁ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଲ ବାଘ ର ଗର୍ଜନ ତିନି କିଲୋମିଟର ପର୍ଯ୍ୟନ୍ତ ଶୁଭାଯାଏ। ଆମେରିକା ରେ ଘରେ ଘରେ ବାଘ ପୋଷିବା ବୈଧ ଅଟେ l ବାଘ ଓ ବିରାଡ଼ି ର ଡି ଏନ୍ ଏ ୯୫.୬%ସମାନ ଅଟେ। ପ୍ରତ୍ଯେକ ବାଘର ଦେହ ର ଦାଗ ଅଲଗା ଅଲଗା ଲ ବାଘ ଏକ ମାତ୍ର ଶୀକାରୀ ପ୍ରାଣୀ ଯିଏ ଭାଲୁ କୁ ଶିକାର କରିଥାଏ। ବାଘ କେବଳ ରାତିରେ ଶିକାର କରିଥାଏ ଏହା ଗୋଟିଏ ରାତିରେ ୨୭ କିଲୋ ମାଂସ ଖାଇ ପାରେ। ୧୮୦୦ - ୨୦୦୯ ମଧ୍ୟରେ ବାଘ ମୁହଁରେ ୩,୭୩,୦୦୦ ମଣିଷ ଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଶହେ ବର୍ଷ ପୂର୍ବେ ଏସିଆ ମହାଦେଶ ରେ ଏକ ଲକ୍ଷ ବାଘ ଥିଲେ ଏବେ ଏମାନଙ୍କ ସଂଖ୍ୟା ୩୨ ହଜାର ରେ ସୀମିତ। ବାଘ ମୁଖ୍ୟ ତଃ ୯ ପ୍ରଜାତି ର ସେମାନଙ୍କ ମଧ୍ୟରେ - - ରୟାଲ ବେଙ୍ଗଲ ବା ମହାବଳ, ସାଇବେରିଆ, ଇଣ୍ଡୋ ଚାଇନିଜ୍, ସାଉଥ୍ ଚାଇନିଜ, ସୁମାତ୍ରାନ, ମଲା ୟାନ୍, କାସ୍ପିଆନ, ଜାଭାନା, ଓ ବାଲି ଏମାନଙ୍କ ମଧ୍ୟରୁ ମଲା ୟାନ୍, କାସ୍ପିଆନ, ଓ ଜାଭାନା ପ୍ରଜାତି ର ବାଘ ଲୋପ ଲୋପପାଇସାରିଲେଣି।

ଦେବାଶିଷ ପଟ୍ଟନାୟକ, ପଦ୍ମପୁର
ମୋ :-୮୦୧୮୨୨୧୬୪୭

0
0
0
s2sdefault

 

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/