ଲଗାତାର ତୃତୀୟ ଥର ପାଇଁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିଯୁକ୍ତ
ନୂଆଦିଲ୍ଲୀ : ପୁନର୍ଗଠିତ ହେଲା ବିଜେପିର ଜାତୀୟ ଟିମ | ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ପୁନର୍ଗଠିତ ଏହି ୩୮ ଜଣିଆ ନୂଆ ଟିମ୍ ଘୋଷଣା କରିଛନ୍ତି ଓଡ଼ିଶାର ଏକମାତ୍ର ସଦସ୍ୟ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ମିଳିଛି ଗୁରୁତ୍ୱ । ବୈଜୟନ୍ତଙ୍କ ଉପରେ ଆସ୍ଥା ଜାହିର କରି ପୁନଃ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା | ଲଗାତାର ତୃତୀୟ ଥର ପାଇଁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେବାର ସୌଭାଗ୍ୟ ହାସଲ କରିଛନ୍ତି ବୈଜୟନ୍ତ ।ପୁନର୍ଗଠିତ ଟିମରେ ୧୩ ଜଣ ଉପାଧ୍ୟକ୍ଷ, ୯ ସାଧାରଣ ସମ୍ପାଦକ, ୧୩ ଜଣ ସମ୍ପାଦକ, ଜଣେ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ), ଜଣେ କୋଷାଧ୍ୟକ୍ଷ ଏବଂ ଜଣେ ସହ କୋଷାଧ୍ୟକ୍ଷ ଅଛନ୍ତି ।
ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ରମଣ ସିଂହ, ଶ୍ରୀମତୀ ବସୁନ୍ଧରା ରାଜେ, ରଘୁବର ଦାସ, ସୌଦାନ ସିଂହ. ବୈଜୟନ୍ତ ପଣ୍ଡା, ସୁଶ୍ରୀ ସରୋଜ ପାଣ୍ଡେ(ସାଂସଦ), ରେଖା ବର୍ମା(ସାଂସଦ), ଶ୍ରୀମତୀ ଡି.କେ.ଅରୁଣା, ଏମ.ଛୁବା ଆଓ, ଅବଦୁଲ୍ଲା କୁଟି, ଲକ୍ଷ୍ମୀକାନ୍ତ ବାଜପେୟୀ(ସାଂସଦ), ଶ୍ରୀମତୀ ଲତା ଉସେନ୍ଦି, ତାରିକ୍ ମନସୁର ନିଯୁକ୍ତ ହୋଇଥିବା ବେଳେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ମହାମନ୍ତ୍ରୀ)ଭାବେ ଅବସ୍ଥାପିତ ହୋଇଛନ୍ତି ଅରୁଣ ସିଂହ(ସାଂସଦ), କୈଳାସ ବିଜୟବର୍ଗିୟା, ଦୁଶ୍ୟନ୍ତ କୁମାର ଗୌତମ, ତରୁଣ ଚୁଗ୍, ବିନୋଦ ତୱାଡେ, ସୁନୀଲ ବଂଶଲ, ସଞ୍ଜୟ ବନ୍ଦୀ(ସାଂସଦ), ରାଧାମୋହନ ଅଗ୍ରୱାଲ୍(ସାଂସଦ) | ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ବି.ଏଲ.ସନ୍ତୋଷ ଓ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ) ଶିବପ୍ରକାଶଙ୍କୁ ଦାୟିତ୍ୱ ଦିଆଯାଇଛି |
ରାଷ୍ଟ୍ରୀୟ ସମ୍ପାଦକ ଭାବେ ଶ୍ରୀମତୀ ବିଜୟା ରହତକାର, ସତ୍ୟ କୁମାର, ଅରବିନ୍ଦ ମେନନ, ଶ୍ରୀମତୀ ପଙ୍କଜା ମୁଣ୍ଡେ, ନରେନ୍ଦ୍ର ସିଂହ ରେନା, ଶ୍ରୀମତୀ ଅଳକା ଗୁରଜାର, ଡକ୍ଟର ଅନୁପମ ହଜରା, ଓମପ୍ରକାଶ ଧୁରଭେ, ରିତୁରାଜ ସିହ୍ନା, ଶ୍ରୀମତୀ ଆଶା ଲାକଡା, କାମାକ୍ଷା ପ୍ରସାଦ ତାଶା(ସାଂସଦ), ସୁରେନ୍ଦ୍ର ସିଂହ ନାଗ(ସାଂସଦ), ଅନୀଲ ଆଣ୍ଟୋନି ନିଯୁକ୍ତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ରାଜେଶ ଅଗ୍ରୱାଲ୍ ଓ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ନରେଶ ବଂଶଲ ଦାୟିତ୍ୱ ପାଇଛନ୍ତି |
ଏହା ସହିତ ତିନି ରାଜ୍ୟ ହରିୟାଣା, ଆସାମ-ତ୍ରିପୁରା ଓ ଆଣ୍ଡାମାନ-ନିକୋବର ପାଇଁ ସଂଗଠନ ମହାମନ୍ତ୍ରୀ ନିଯୁକ୍ତ କରିଛନ୍ତି | ହରିୟାଣା ପାଇଁ ଫଣିନ୍ଦର ନାଥ ଶର୍ମା , ଆସାମ-ତ୍ରିପୁରା ପାଇଁ ଜି ଆର ରବୀନ୍ଦ୍ର ରାଜୁ ଓ ଆଣ୍ଡାମାନ-ନିକୋବର ପାଇଁ ବିବେକ ଦଧକର ସଂଗଠନ ମହାମନ୍ତ୍ରୀ ଭାବେ ତତ୍କାଳ ନିକଉକ୍ତି ପାଇଛନ୍ତି |








