ହେଡଲାଇନସ୍:

ସ୍ବାଧୀନତା ଦିବସ ପାଳନ ନିମନ୍ତେ ଵଣାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ରାଉରକେଲା (ବସନ୍ତ କୁମାର ଜେନା): ବନାଇଁଗଡ଼ ୭୭ ତମ ସ୍ବାଧିନତା ଦିବସ ପାଳନ ନିମନ୍ତେ ଵଣାଇଁ ପାଳନ କମିଟି ର ସମସ୍ତ ସଦସ୍ୟ/ ସଦସ୍ୟା ମାନଙ୍କ ଉପସ୍ଥିତି ରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ର ପ୍ରାରମ୍ଭରେ ଉପସ୍ଥିତ ସଦସ୍ୟ ମାନଙ୍କୁ ସ୍ବାଗତ ଜଣାଇ ଆଗାମୀ ସ୍ବାଧୀନତା ଦିବସକୁ କିପରି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ମହାସମାରୋହରେ ପାଳନ କରାଯିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହା ପରେ ଦିବସ ପାଳନ ର କାର୍ଯ୍ୟ କ୍ରମ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରି ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଦାୟିତ୍ଵ ଅର୍ପଣ କରିଥିଲେ। ପ୍ରସ୍ତାବିତ କାର୍ଯ୍ୟକ୍ରମ ଅନୁସାରେ ଆସନ୍ତା ତା ୮/୮/୨୪ ରିଖ ମଙ୍ଗଳବାର ଦିନ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ବକୃକ୍ତା, ଇଂରାଜୀ ବକୃକ୍ତା, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହେବ । ସେହିପରି ଭାବେ ନବମ ଦଶମ ଶ୍ରେଣୀ ଓ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ପ୍ରବନ୍ଧ ଓଡ଼ିଆ ବକୃକ୍ତା, ଇଂରାଜୀ ବକୃକ୍ତା, ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହେବ।
କାର୍ଯ୍ୟସୂଚୀ ଅନୁଯାୟୀ ବିଶଦ ଆଲୋଚନା ପରେ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁସାରେ ସ୍ବାଧୀନତା ଦିବସ ର ପ୍ରତ୍ୟୁଷ ୪.୩୦ ମିନିଟ ସମୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ପରିବେଷଣ କରାଯିବ ।୬.୩୦ ମିନିଟ ସୁଦ୍ଧା ଦେଓଗାଁ, ଲଲେଇ ଛକ ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ ସହିତ ୭.୩୦ ମିନିଟ ମଧ୍ୟରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସନ୍ଧ୍ୟା ପୂର୍ବରୁ ଅବତରଣ କରିବା ପାଇଁ ସ୍ଥିର କରାଯାଇଛି। ସେହିପରି ଭାବେ ସକାଳ ୯ଘଟିକା ସମୟରେ ରାଜା ଧରଣୀଧର ବହୁମୁଖି ଖେଳ ପଡିଆ ଠାରେ ଉପଜିଲ୍ଲାପାଳଙ୍କ ଦ୍ଵାରା ଉପଖଣ୍ଡ ସ୍ତରୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିଵେ। ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ହୋଇଥିବା ପ୍ରତିଯୋଗୀତା ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବା ସହ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଉପଖଣ୍ଡ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀଙ୍କୁ ମଧ୍ୟ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଶେଷରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ସ୍ଥିର ହୋଇଛି। ବହୁମୁଖି ଖେଳ ପଡିଆ କାର୍ଯ୍ୟକ୍ରମ ପରେ ଉପଜିଲ୍ଲାପାଳଙ୍କ ସହିତ ଵଣାଇଁ ର ବିଭିନ୍ନ ପ୍ରଶାସନିକ ଅଧିକାରୀ ଵଣାଇଁ ଉପଖଣ୍ଡ ଚିକିତ୍ସାଳୟ ଓ କାରାଗାର କୁ ଯାଇ ଅନ୍ତେବାସୀଙ୍କ ପାଇଁ ବିଭିନ୍ନ ପ୍ରକାରର ଫଳ ମୂଳ ବଣ୍ଟନ କରିବାକୁ ସ୍ଥିରୀକୃତ କରାଯାଇଛି। ଆଜିକାର ଅନୁଷ୍ଠିତ ଏହି ବୈଠକରେ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ ଦେବତା, ଵଣାଇଁ ତହସିଲଦାର ହାଵିଲ ଖାଖା, ଵଣାଇଁ ଥାନା ଅଧିକାରୀ ରଞ୍ଜନ କୁମାର ନାୟକ, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଶିକ୍ଷକ ଅଧ୍ୟାପକ,ଓ ଵଣାଇଁ ର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

0
0
0
s2sdefault