ରାଉରକେଲା(ବସନ୍ତ କୁମାର ଜେନା) : ରାଉରକେଲା, ସହରର ୨୪ଗୋଟି ନାଟ୍ଯାନୁଷ୍ଠାନକୁ ନେଇ ଗଠିତ 'ଏକତ୍ର' ରାଉରକେଲା ଆନୁକୂଲ୍ୟରେ ଦି ବିଲିଭର୍ସ ନାଟ୍ଯାନୁଷ୍ଠାନର ୨୩ତମ ବାର୍ଷିକୋତ୍ସବ ସେକ୍ଟର ୭ ମଧୁମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ର ର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ବ ତଥା ମଂଚ ସଂଯୋଜନା ଓ ଦି ବିଲିଭର୍ସ ର ସାଧାରଣ ସଂପାଦକ ଗଜେନ୍ଦ୍ର ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳମେଲ ର ସଂପାଦକ ଡଃ ପୀତବାସ ମିଶ୍ର ମୁଖ୍ୟଅତିଥି, ଶିକ୍ଷାବିତ୍ ଶର୍ମିଷ୍ଠା କବିଶତପଥୀ ଓ ନଳିନୀ ନିହାର ନାୟକ ସମ୍ମାନିତ ଅତିଥି ଓ ଉପଦେଷ୍ଟା ଡାକ୍ତର କୃପାସିନ୍ଧୁ ନାୟକ ପ୍ରମୁଖ ଯୋଗଦେଇ ନାଟ୍ଯ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଡଃ ମିଶ୍ର କହିଲେ ଯେ ନାଟକ ଆମ ସମାଜ ଓ ସଂସ୍କୃତିର ଏକ ଅଙ୍ଗ । ସମାଜକୁ ପ୍ରତିଫଳିତ କରିଥାଏ ନାଟକ। ଉତ୍ତମ ମଣିଷ ଗଢିବାରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଆମେ ନାଟକ କୁ କେତେ ପ୍ରୋତ୍ସାହିତ କରିଛୁ, ତାହା
ତର୍ଜମାର ବେଳ ଆସିଛି। ସମ୍ମାନିତ ଅତିଥି ଶ୍ରୀମତୀ କବିଶତପଥୀ ପୁରୁଣା ସ୍ମୃତି କୁ ରୋମନ୍ଥନ କରିବା ସହ ନାଟକ କ୍ଷେତ୍ରରେ ରାଉରକେଲାର ସ୍ଥାନ ସ୍ବତନ୍ତ୍ର କହିଥିବା ବେଳେ ଅନ୍ୟତମ ଅତିଥି ନାଟ୍ଯକାର ଶ୍ରୀ ନାୟକ ତାଙ୍କ ବକ୍ତବ୍ଯରେ ଆମର ଦୁର୍ବଳତା ବୁଝି ତାକୁ ସଜାଡି କାମ କଲେ ଭଲ ନାଟକ ସୃଷ୍ଟି କରିପାରିବା ବୋଲି ମତ ରଖିଥିଲେ । ଆବାହକ ଶ୍ରୀ ବେହେରା ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ଓ ଉପଦେଷ୍ଟା ଡା ନାୟକ ନାଟକର ବ୍ୟାପକତା ସଂପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ପାଣି ନାଟକ ପ୍ରତି ସମର୍ପିତ ଭାବନା ଓ ଇତିବୃତ୍ତି ସଂପର୍କରେ କହିବା ସହ ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପ୍ରବୀର ଜେନା ପ୍ରାକ କଥନ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦି ବିଲିଭର୍ସ ର ସଭାପତି ନରେନ୍ଦ୍ର ବେହେରା, ଏକତ୍ରର ସଂପାଦକ ସୁଦେଶ ନାୟକ,କନକଲତା ଦାସ, ପ୍ରଜ୍ଞାନନ୍ଦ ମହାନ୍ତି, ଅରୁନ୍ଧତୀ ସ୍ବାଇଁ, କ୍ଷୀରୋଦା ବାରିକ, କ୍ରୀଷ୍ଣା ଦାସ, ପୂର୍ଣ୍ଣିମା ପଣ୍ଡାଙ୍କ ସମେତ ବହୁ ସଂଖ୍ୟାରେ ନାଟ୍ଯପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସୁଦେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଉତ୍ତମ ମଣିଷ ଗଢିବାରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ
- Hits: 297








