ହେଡଲାଇନସ୍:

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗଣିଆ ବ୍ଳକ ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଣିଆ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଉଠାଇ ଆଣିଛି ଭିଜିଲାନ୍ସ । ଗତ ୨୪ ତାରିଖରେ ଗୋଟିଏ ବାଲି ଟ୍ରକ ଗାଡିକୁ ଛାଡିବା ପାଇଁ ୧୩ ହଜାର ଟଙ୍କା ତୁଟିଥିଲା । ବାଲି ମାଫିଆ ୧୦ ହଜାର ଟଙ୍କା ଦେଇ ୩ ହଜାର ଟଙ୍କା ବାକି ରଖିଥିଲା । ଆଜି ବାକି ୩ ହଜାର ଟଙ୍କା ନେଉଥିବା ସମୟରେ ନୟାଗଡ଼ ଓ ଭୁବନେଶ୍ବର ଭିଜିଲାନ୍ସ ମିଳିତ ସହଯୋଗରେ ଅତିରିକ୍ତ ତହସିଲଦାର ବନମାଳୀ ପରିଡାଙ୍କୁ ରଙ୍ଗ ହାତରେ ଧରିଛି ଭିଜିଲାନ୍ସ । ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ୧୯/୨୦୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲୁ ରହିଛି।

0
0
0
s2sdefault