ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି- ୨୦୨୦ ପ୍ରଣୟନର ୩ୟ ବାର୍ଷିକ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟରେ ବୈଠକ ଓ ସାମ୍ବାଦିକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ଜୁଲାଇ ମାସର ଆସନ୍ତା ୨୯ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି -୨୦୨୦ର ୩ୟ ବାର୍ଷିକ କାର୍ଯ୍ୟକ୍ରମ ପାଳନ ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପକ୍ଷରୁ ଏକ ପ୍ରାକ ସୂଚନା ବୈଠକ ଓ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ କାର୍ଯ୍ୟରତ ସମସ୍ତ ବିଦ୍ୟାଳୟ ବିଭିନ୍ନ ଶିକ୍ଷାନୁଷ୍ଠାନ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରୁଛନ୍ତି। ଯାହାକି , ଏ ସବୁ ପ୍ରାଥମିକ , ମାଧ୍ୟମିକ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିର ବ୍ୟବସ୍ଥା ଅନୁଯାୟୀ ପାଠ୍ୟ-ଖସଡା ପ୍ରସ୍ତୁତ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରାଯାଉଛି।
ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଏହି ନୂତନ ଶିକ୍ଷା ନୀତି ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କିଭଳି ସହାୟକ ହେଉଛି ଏବଂ ଗତ ୩ ବର୍ଷ ମଧ୍ୟରେ ପାରଳାଖେମୁଣ୍ଡି ଠାରେ ଥିବା ଏହି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟରେ କଣ କଣ ସବୁ କାର୍ଯ୍ୟକାରୀ ହୋଇଛି , ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟ ନେଇ ଉଭୟ ବିଦ୍ୟାଳୟ ମିଳିତରେ ଏକ ପ୍ରାକ ସୂଚନା ବୈଠକ ଓ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି -୨୦୨୦ ରେ ମୁଖ୍ୟତଃ ପିଏମ ଶ୍ରୀ ରେ ରୂପାନ୍ତରିତ ହେବାସହ ବିଦ୍ୟାଳୟରେ ବାଲ ବାଟିକା , ପ୍ରି ପ୍ରାଇମେରୀ ସ୍କୁଲ , ଡିଜିଟାଲ ଲାର୍ଣୀଙ୍ଗ୍ , ଇ- ଶିକ୍ଷା , ଇ- ବିଦ୍ୟା ଦିକ୍ଷା ପୋର୍ଟାଲ୍ ଇତ୍ୟାଦି ମାଧ୍ୟମରେ ଛାତ୍ରଛାତ୍ରୀ ମାନେ କିଭଳି ଆମର ଗ୍ଲୋବାଲ ଶିକ୍ଷା ପ୍ରଣାଳୀ ସହିତ ସମକକ୍ଷ ହୋଇ ପାରିବେ ସେ ସମ୍ପର୍କରେ କହିଥିଲେ।
ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ରଥ ଜାତୀୟ ଶିକ୍ଷାନୀତି -୨୦୨୦ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଏହା କିଭଳି ସହାୟକ ହେବ କହି ଏମ୍ ଆଇ୍ ଏଲ୍ ମାତୃଭାଷା ତଥା ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀ ମାନଙ୍କୁ ସହଜେ ବୁଝି ହେବାଭଳି ପାଠ ପଢାଇ ବିଶେଷ ସୁଯୋଗ ମିଳିପାରିବ ଯାହାକି ଶିକ୍ଷା ପାଇବାରେ ଭାଷା ଭିତ୍ତିକ ଯେଉଁ କିଛିଟା ସେମାନଙ୍କ ପକ୍ଷେ ଅସୁବିଧା ହେଉଥିଲା , ତାହା ବର୍ତ୍ତମାନ ପାଠ ସୁଗମ ହୋଇପାରିବ , ଅନ୍ୟପକ୍ଷରେ ସ୍କିଲ-ଏଜୁକେଶନ ଶିକ୍ଷା ପାଇ ପାସ ଆଉଟ୍ ହେବାପରେ ଜଣେ କିଭଳି ନିଜର ଭବିଷ୍ୟତ ଗଢି ପାରିବେ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଡାକ୍ତର ମୁର୍ମୁ , ଜିଲ୍ଲା ବିଜ୍ଞାନ ସୂପରଭାଇଜର ଶ୍ରୀ ଏ. ରବି କୁମାର ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ହର ପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ଏବଂ ଅବିଭାବକ ମାନେ ଉପସ୍ଥିତ ଥିଲେ।

0
0
0
s2sdefault