ଭୂବନେଶ୍ବର, ଜୁଲାଇ ୨୮, ୨୦୨୩ : ଭୂବନେଶ୍ବର, ଓଡିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ (KHL) ପକ୍ଷରୁ ବିଶ୍ୱ ହେପାଟାଇଟିସ୍ ଦିବସ ଏକ ପଦଯାତ୍ରା ସହ ପାଳିତ ହୋଇଯାଇଛି। ହେପାଟାଇଟିସ୍ ଭଳି ମାରାତ୍ମକ ରୋଗ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ୨୦୦ ଶହରୁ ଅଧିକ ଲୋକ ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ଉତ୍ସାହର ସହ ସାମିଲ ହୋଇଥିଲେ। ଅଂଶଗ୍ରହଣକାରୀମାନେ ହାତରେ ପ୍ଲା-କାର୍ଡ ଓ ବ୍ୟାନର୍ ଧରି ହେପାଟାଇଟିସ୍ ଭଳି ମାରାତ୍ମକ ରୋଗରୁ ଦୁରେଇ ରହିବା ପାଇଁ ସଚେତନାତ୍ମକ ସ୍ଲୋଗାନ୍ ଦେଇଥିଲେ ।
ଏହି ପଦଯାତ୍ରାର ନେତୃତ୍ୱ ନେଇଥିଲେ ଶ୍ରୀମତୀ ନିଲାଞ୍ଜନା ମୁଖେର୍ଜୀ, ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍, ଡା. ଅନନ୍ତ ଅଗସ୍ତି ଓ ଡା. ଦେବକାନ୍ତ ମିଶ୍ର, ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜିଷ୍ଟ, ଡା. ପି.କେ ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଣ୍ଟ ଓ ଶ୍ରୀ ଦେବୀ ପ୍ରସାଦ ନନ୍ଦ, ମୁଖ୍ୟ ପରିଚାଳକ କଳିଙ୍ଗ ହସ୍ପିଟାଲ୍ ଲିମିଟେଡ।
ପ୍ରତିଷେଧ ସମ୍ଭବ ! ପ୍ରତିଷେଧକ ଟୀକା ଏବଂ ପ୍ରଭାବଶାଳୀ ଚିକିତ୍ସା ଅଛି, ଯାହା ସମସ୍ତଙ୍କ ପାଇଁ ଆଶା ପ୍ରଦାନ କରେ। ହେପାଟାଇଟିସ୍ - ବି ଟୀକା ଉଭୟ ବୟସ୍କ ଓ ଶିଶୁଙ୍କ ପାଇଁ ଉପଲବ୍ଧ, ଯଦିଓ ନିରାପଦ ମୌଖ୍ୟ ଚିକିତ୍ସା ହେପାଟାଇଟିସ୍ ସି କୁ ଆରୋଗ୍ୟ କରିପାରେ, ସେମାନଙ୍କର ସ୍ଥିତି ଜାଣିବା ଏବଂ ମା’ ଠାରୁ ଶିଶୁଙ୍କୁ ସଂକ୍ରମଣରୁ ରୋକିବା ପାଇଁ କ୍ରନିକ୍ ଭାଇରାଲ୍ ହେପାଟାଇଟିସ୍ ବି ଥିବା ଗର୍ଭବତୀ ମହିଳାମାନଙ୍କ ପାଇଁ ଚିକିତ୍ସା ଲାଭ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ କହିଲେ, ଡା. ଅନନ୍ତ ଅଗସ୍ତି, ବରିଷ୍ଠ ପରାମର୍ଶଦାତା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, କଳିଙ୍ଗ ହସ୍ପିଟାଲ୍ ଲିମିଟେଡ।
ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ଆମେ ଅପେକ୍ଷା କରୁନାହୁଁ; ଗୋଟିଏ ଜୀବନ, ଗୋଟିଏ ଯକୃତ” ୨୦୨୩ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଆହ୍ବାନ। ବର୍ତ୍ତମାନ ଭାଇରାଲ୍ ହେପାଟାଇଟିସର ନିରାକରଣ ପ୍ରୟାସକୁ ତ୍ବରାନ୍ବିତ କରିବା ଏବଂ ଏହାର ଆବଶ୍ୟକତା ଥିବା ଯକୃତ ଲୋକଙ୍କ ପାଇଁ ପରିକ୍ଷା ଏବଂ ଚିକିତ୍ସାର ଜରୁରୀ ଆବଶ୍ୟକତାକୁ ତ୍ୱରାନ୍ବିତ କରିବା ଏହି ଅଭୀଯାନରେ ବିଭିନ୍ନ ପ୍ରକାର ହେପାଟାଇଟିସ୍ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଇଛି।
କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ (କେଏଚ୍ଏଲ୍) ଓଡିଶା ରାଜ୍ୟର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଏବଂ ୩୦ ବର୍ଷରୁ ଅଧିକ ସମୟ ଧରି ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି। କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ନିଲାଞ୍ଜନା ମୁଖେର୍ଜୀ କହିଛନ୍ତି। ହେପାଟାଇଟିସ୍ ଏକ ଭୟଙ୍କର ରୋଗ, ଯାହାର କିଛି ଲକ୍ଷଣ ହେଉଛି ଅସ୍ୱାସ୍ଥ୍ୟକର ପାଣି ପିଇବା, ନିମ୍ନ ମାନର ଖାଦ୍ୟ ଏବଂ ସ୍କ୍ରିନିଂ ନଥିବା ରକ୍ତର ବ୍ୟବହାର ଇତ୍ୟାଦି।








