ହେଡଲାଇନସ୍:

ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ୍ ଧରା ହେବା ପରେ ବିଜେପି ବିଚଳିତ କାହିଁକି: ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  •  ସବୁକଥାରେ ହୀନ ରାଜନୀତି କରିବା ରାଜ୍ୟ ବିଜେପି ନେତାମାନଙ୍କ ପୁରୁଣା ଅଭ୍ୟାସ

  •  ପ୍ରଭୁ ଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ

ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ରାକେଟ୍ ଧରା ପଡ଼ିବା ଘଟଣାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ ନିକଟରେ ଓଡ଼ିଶା ପୁଲିସ ଏକ ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟର ପର୍ଦ୍ଦାଫାସ୍ କରିବାରେ ସମର୍ଥ ହୋଇଛି। ପୁଲିସ ହାତରେ ଧରା ପଡ଼ିଥିବା ଏହି ରାକେଟର ମାଷ୍ଟର ମାଇଣ୍ଡ ହେଉଛି କେନ୍ଦ୍ର ସରକାରଙ୍କ ଗୋଟିଏ ବିଭାଗ ଅଧୀନରେ କାର୍ୟ୍ୟରତ ଜଣେ କର୍ମଚାରୀ। ଏହି ରାକେଟ୍ କେବଳ ଓଡ଼ିଶା ନୁହେଁ, ବିହାର, ମଧ୍ୟପ୍ରଦେଶ ଏବଂ ସେଣ୍ଟ୍ରାଲ ଷ୍ଟାଫ୍ ସିଲେକସନ୍ କମିଶନର ପ୍ରଶ୍ନପତ୍ର ଲିକ୍ ମାମଲାରେ ମଧ୍ୟ ସଂପୃକ୍ତ ଅଛି। ଏହାଛଡ଼ା ଏହି ରାକେଟ୍ ଉତ୍ତରପ୍ରଦେଶ ଓ ଗୁଜରାଟର ଷ୍ଟାଫ୍ ସିଲେକସନ୍ କମିଶନ ପ୍ରଶ୍ନପତ୍ର ଲିକ୍ ରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଖୁବଶୀଘ୍ର ତଦନ୍ତରୁ ସବୁ କଥା ସ୍ପଷ୍ଟ ହେବ। ମାତ୍ର ଓଡ଼ିଶା ବିଜେପି ନେତାମାନେ ଏତେ ବିଚଳିତ ଓ ଅଧୈର୍ୟ୍ୟ ହୋଇ ପଡ଼ୁଛନ୍ତି କାହିଁକି?
ଶ୍ରୀ ଦାସ ଆହୁରି କହିଲେ ଯେ ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗତ ୧୦ ଦିନ ମଧ୍ୟରେ ମାଷ୍ଟରମାଇଣ୍ଡ ସମେତ ୧୭ ଜଣଙ୍କୁ ଗରିଫ କରି ସାରିଲାଣି। ଆମେ ଭାବିଥିଲୁ, ଓଡ଼ିଶା ପୁଲିସର ଏଭଳି ଏକ ବଡ଼ ସଫଳତାକୁ ନେଇ ବିଜେପି ଅନ୍ତତଃ ରାଜନୀତି କରିବ ନାହିଁ। ମାତ୍ର ସବୁ କଥାରେ ହୀନ ରାଜନୀତି କରିବା ରାଜ୍ୟ ବିଜେପି ନେତାମାନଙ୍କର ପୁରୁଣା ଅଭ୍ୟାସ ରହିଛି। ତେଣୁ ସେମାନେ ସୁଧୁରିବେ କେମିତି? ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ଏପରି ସ୍ପର୍ଶକାତର ଘଟଣାରେ ରାଜନୀତି କରିବାରୁ ବିଜେପି ନେତାମାନେ ବିରତ ରହନ୍ତୁ।

0
0
0
s2sdefault