ହେଡଲାଇନସ୍:

ଚୈତନ୍ୟଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା: ପରିବାର ବି.ଏସ୍.କେ.ୱାଇ. ରେ ଅନ୍ତର୍ଭୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର; ଧର୍ମଶାଳା ବ୍ଲକ୍ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋତୁଅ ଗ୍ରାମର ୫୬ ବର୍ଷ ବୟସ୍କ ଚୈତନ୍ୟ ନାୟକଙ୍କ ଦୁଃଖ କଥା ଚଳିତ ମାସ ୧୭ ତାରିଖ ଦିନ ଗଣମାଧ୍ୟମରୁ ଜାଣିବାମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ଟିମ୍ ପକ୍ଷରୁ ତାଙ୍କର ସହାୟତା ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ।
ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦେଶକ୍ରମେ ସ୍ୱତନ୍ତ୍ର ହେଲଥ୍ ଟିମ୍ ଚୈତନ୍ୟଙ୍କ ଘରେ ପହଞ୍ଚି ତାଙ୍କର ସ୍ଥିତି ଯାଞ୍ଚ୍ କରିଥିଲେ । ପରେ ପରେ ୨୦ ତାରିଖ ଦିନ ତାଙ୍କୁ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ତାଙ୍କର ନିୟମିତ ସ୍ୱାସ୍ଥ୍ୟ ସୂଚକାଙ୍କ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ତାଙ୍କର ଉଚ୍ଚ ରକ୍ତଚାପ ଥିବା ଜଣା ପଡ଼ିଥିଲା । ଅନ୍ୟାନ୍ୟ କିଛି ସ୍ୱାସ୍ଥ୍ୟ ସୂଚକାଙ୍କ ମଧ୍ୟ ଠିକ୍ ନଥିବା ଜଣାଡ଼ିଥିଲା । ଏସବୁକୁ ବିଚାରକରି ସ୍ପେସାଲିଷ୍ଟଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ନିମନ୍ତେ ଚୈତନ୍ୟଙ୍କୁ ୧୦୮ ଆମ୍ବୁଲାନସ୍ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପାରିଶ ଅନୁସାରେ ଯାଜପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ତାଙ୍କୁ ଆଡ଼ମିସନ୍ କରାଯାଇଥିଲା । ଆବଶ୍ୟକୀୟ ନିଦାନ ବ୍ୟବସ୍ଥା ହୋଇଥିଲା । ସ୍ୱତନ୍ତ୍ର ପରୀକ୍ଷାରୁ ଜଣାପଡ଼ଥିଲା ଯେ ମସ୍ତିସ୍କରେ ରକ୍ତ ପ୍ରବାହ ସମସ୍ୟା ହେତୁ ଚୈତନ୍ୟ ସ୍ନାୟୁଗତ ଦୁର୍ବଳତାରେ ପିଡ଼ୀତ ହୋଇଥିଲେ । ତଦନୁଯାୟୀ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଓ ଓ୍ୟୖଷଧ ଦିଆଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଭଲ ଆଡ଼କୁ ଗତି କରିବା ପରେ ତାଙ୍କର ଅନୁରୋଧ ଅନୁସାରେ ଚୈତନ୍ୟଙ୍କୁ ହସପିଟାଲ୍ ରୁ ଡ଼ିସଚାର୍ଯ କରାଯାଇଛି, ଏବଂ ନିରାମୟ ଯୋଜନାରେ ଆବଶ୍ୟକୀୟ ଓ୍ୟୖଷଧ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି ।
ଚେତନ୍ୟଙ୍କ ପରିବାରଙ୍କୁ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରାଯାଇଛି । ତାଙ୍କ ବି.ଏସ୍.କେ.ୱାଇ. କାର୍ଡ ନମ୍ବର – ୧୩୦୬୧୧୧୧୨୬୬ । ଆବଶ୍ୟକ ହେଲେ ବି.ଏସ୍.କେ.ୱାଇ. କାର୍ଡ଼ ମାଧ୍ୟମରେ ସେ କିପରି ସୁପର୍ ସ୍ପେସାଲିଷ୍ଟ୍ ଚିକିତ୍ସା ମାଗଣାରେ ପାଇପାରିବେ ସେ ବାବଦରେ ସବିଶେଷ ଭାବେ ତାଙ୍କୁ ଅବଗତ କରାଯାଇଛି ବୋଲି ବି.ଏସ୍.କେ.ୱାଇ. ଜିଲ୍ଲା ସଂଯୋଜକ କହିଛନ୍ତି ।
ଚେତନ୍ୟଙ୍କ ଚିକିତ୍ସା ନିମନ୍ତେ ବି.ଏସ୍.କେ.ୱାଇ. ଟିମ୍ ତରଫରୁ ନିଆଯାଇଥିବା ପଦକ୍ଷେପ ପାଇଁ ଅଞ୍ଚଳର ବୁଦ୍ଧିଜିବୀମାନେ ସନ୍ତୋଷ ପ୍ରକାଶ କରିଛିନ୍ତି । ତାଙ୍କ ବିଷୟ ସକାରାତ୍ମକ ଭାବେ ଦୃଷ୍ଟିକୁ ଆଣିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟଣ ବିଭାଗ ତରଫରୁ ଗଣମାଧ୍ୟମର ସାମ୍ବାଦିକଙ୍କୁ ଧନ୍ୟବାଦ ଦିଆଯାଇଛି ।

0
0
0
s2sdefault