ହେଡଲାଇନସ୍:

"ସେପଟେ ଆନ୍ଧ୍ର ଅନୁପ୍ରବେଶ କରୁଛି , ଏପଟେ ଆନ୍ଧ୍ର ମନ୍ତ୍ରୀଙ୍କୁ ବିଜେଡି ନେତା ସମ୍ବର୍ଦ୍ଧନା ଦେଉଛନ୍ତି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ବିଜେଡି ନେତା ଗୋଷାଣୀ ବ୍ଲକ୍ ଚେରମେନଙ୍କ ସମ୍ବର୍ଦ୍ଧନାକୁ କଂଗ୍ରେସ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା , ପ୍ରତିବାଦ ଜଣାଇଲା କଂଗ୍ରେସ। ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ସିଧି ଆପଲା ରାଜୁ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗୋଷାଣୀ ବ୍ଳକ ଅଧ୍ୟକ୍ଷଙ୍କ ଦ୍ବାରା ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଯାହାର ପ୍ରତିବାଦ ଜଣାଇଛନ୍ତି ଗଜପତି ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡା। ୨୦୨୧ ମସିହା ସେପ୍ଟେମ୍ବର ମାସରେ ଗଜପତି ଜିଲ୍ଲାର ସୀମାନ୍ତ ବିବାଦୀୟ ଅଞ୍ଚଳ ଗଙ୍ଗାବାଡ ମାଣିକପାଟଣା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଠିଥିବା ବିବାଦରେ ଗଜପତି ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଆନ୍ଧ୍ର ମନ୍ତ୍ରୀ ନିଜ ଦଳବଳ ଓ କିଛି ଆନ୍ଧ୍ର ସରକାରୀ ଅଧିକାରୀ ଙ୍କୁ ଧରି ଧସେଇ ପଶି ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀ , ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଧମକ ଦେବା ସହ ଅସଭ୍ୟ ବ୍ୟବହାର କରିଥିଲେ। ଯାହାକୁ ନେଇ ସେହି ସମୟରେ ବିବାଦୀୟ ପରିସ୍ଥିତି ସହ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା , ଘଟଣାକୁ ସେହି ସମୟରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ମଧ୍ୟ ତିବ୍ର ସମାଲୋଚନା କରିବା ସହ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ।
ହେଲେ ସୀମା ବିବାଦ ଘଟଣାରେ ଯୋଡି ହୋଇଛି ଆଉ ଏକ ଫର୍ଦ ଯୋଡି ହୋଇଛି । ଗୋଷାଣୀ ବ୍ଳକ ଅଧ୍ୟକ୍ଷ ଏନ୍. ଭିର ରାଜୁ ବିବାଦୀୟ ମନ୍ତ୍ରୀଙ୍କୁ ନିଜ ବ୍ଳକ ନିକଟକୁ ଆମନ୍ତ୍ରଣ କରି ଉପଢୌକନ ସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିବ୍ର ନିନ୍ଦା କରିବା ସହ ଗତ ଦିନରେ ଆନ୍ଧ୍ର ର ବିବାଦୀୟ ମନ୍ତ୍ରୀଙ୍କୁ ଶାସକ ଦଳର ନେତା ହୋଇ ପାଛୋଟି ନେବାର ପଛରେ କାରଣ କ'ଣ ରହିଛି ବୋଲି ପ୍ରଶ୍ନ କରିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ବ୍ଳକ ଅଧ୍ୟକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଛି। ନଚେତ୍ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲା କଂଗ୍ରେସ ଆଜିର ସାମ୍ବାଦିକ ସମ୍ମିଳନୀ ରେ ବଳିଷ୍ଠ କଂଗ୍ରେସ ନେତା ପୂର୍ବତନ ଗୋଷାଣୀ ବ୍ଲକ୍ ଚେରମେନ ଜୟମହୋନ ରାଓ , ଅଭିମନ୍ୟୁ ପଣ୍ଡା ସମ୍ପାଦନା ଜିଲ୍ଲା କଂଗ୍ରେସ ତଥା ପୂର୍ବତନ ଉପାଧ୍ୟକ୍ଷ ପାରଳାପୈର ପରିଷଦ, ସଂଗ୍ରାମ ସାହୁ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି , ବସନ୍ତ କୁମାର ପଣ୍ଡା ଜିଲ୍ଲା ଉପ ସଭାପତି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

0
0
0
s2sdefault