ହେଡଲାଇନସ୍:

ମହାନ ବୈଜ୍ଞାନିକ ତଥା ଭାରତର ଭୁତପୂର୍ବ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କଲାମଙ୍କ ପୁଣ୍ୟ ତିଥି ଅବସରରେ ବିଜ୍ଞାନ ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :- ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଇକମାଳ ଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନ ବୈଜ୍ଞାନିକ ବୈଜ୍ଞାନିକ ତଥା ଭାରତ ରତ୍ନ ଏ.ପି.ଜେ. ଅବଦୁଲ କଲାମଙ୍କ ପୁଣ୍ୟ ତିଥି ଅବସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବୈଷୟିକ ଜ୍ଞାନ କୌଶଳ ଓ ବିଜ୍ଞାନ ବିଷୟରେ ମୋଟ ୮୦ ରୁ ଉର୍ଦ୍ଧ୍ୱ ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଇକମାଳ ତହସିଲଦାର ଅକ୍ଷୟ କୁମାର ବାଗ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଇକମାଳ ବିଇଓ ଚୂଡ଼ାମଣି ବାରିକ, ରଜବୋରାସମ୍ବର୍ ବିଇଓ ଲୁକନାଥ ଭୋଇ, ମୁଖ୍ୟ ବକ୍ତା ଭାବେ ଏବିଇଓ ଶିବ ପ୍ରସାଦ ଯୋଷୀ, ସିଆରସିସି ରଞ୍ଜନ ବାଗ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁଞ୍ଜ ବିହାରି ପ୍ରଧାନ ପ୍ରମୁଖ ଯୋଗଦେଇ ଏ.ପି.ଜେ. ଅବଦୁଲ କଲାମଙ୍କ ଜୀବନୀ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଅନ୍ୟ ତମ ଅତିଥି ଭାବେ ରଜବୋରାସମ୍ବର୍ ବ୍ଲକର ଅବସରପ୍ରାପ୍ତ ବିଇଓ ଜନକଲାଲ ମେହେର, ପ୍ରକୃତି ବନ୍ଧୁ ତଥା ସାମ୍ବାଦିକ ବଡ ଶତପଥୀ ଓ ପାଇକମାଳ ଏବିଇଓ ରାଧେଶ୍ୟାମ ମେହେର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଏକ ବୃକ୍ଷ ରୋପଣ କରିଥଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ଗଣ ଯୋଗ ଦେଇଥିଲେ ।

0
0
0
s2sdefault