ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ରାଜାଜୀ ଟାଉନ ହଲ ଠାରେ ଜାଗା ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ରାଜ୍ୟ ପରାମର୍ଶ ଦାତା ଶ୍ରୀମତୀ ଶାଶ୍ଵତି ମିଶ୍ର, ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗଦେଇ ସମୀକ୍ଷା କରିଥିଲେ l ସର୍ଭେ ଅନୁଯାୟୀ ପଦ୍ମପୁର ଏନ୍. ଏ. ସି. ର ୧୪ ବସ୍ତି ର ୪୦୩ ଜଣଙ୍କ ମଧ୍ୟରୁ ୧୫୩ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୨୩୬ ଜଣଙ୍କୁ ଜାଗା ର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି |
ଏଥି ମଧ୍ୟରୁ ୧୧୫ ଜଣ ହିତାଧିକାରୀ ଜମି ଅଧିଗ୍ରହଣ କରି ଗୃହ ନିର୍ମାଣ କରି ସାରିଥିବା ବେଳେ ଅବଶିଷ୍ଟ ହିତାଧିକାରୀଙ୍କୁ ପରବର୍ତ୍ତୀ ସର୍ଭେ ପରେ ପଟ୍ଟା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ, ସମସ୍ତ କାଉନ୍ସିଲରଙ୍କ ସମେତ ବସ୍ତି ବାସିନ୍ଦା ଉପସ୍ଥିତ ଥିଲେ l
ରାଜ୍ୟ
ଜାଗା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ l
- Hits: 416








