ହେଡଲାଇନସ୍:

ଦୁବାଇରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ. ସାତଦିନ ପରେ ବାଣପୁର କୁ ଫେରିଲା ମର ଶରୀର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର /ଖୋର୍ଦ୍ଧା :( ସେକ୍ କୌଶର) ଦୁବାଇରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ. ସାତଦିନ ପରେ ବାଣପୁର କୁ ଫେରିଲା  ମର ଶରୀର .ଶୋକାକୁଳ ପରିବେଷରେ ଗ୍ରାମ ସ୍ମଶାନ ରେ  ହେଲା ଶବ ସଂସ୍କାର  ଘରର କରଜ  ସୁଜିବା ନିମନ୍ତେ . ଅଧିକ ରୋଜଗାର ଆଶାରେ ବାଣପୁର ବିଜ୍ଞାପିତଅଞ୍ଚଳ  ଜଗନ୍ନାଥପୁର ଗ୍ରାମର ସୁଦର୍ଶନ ଦଣ୍ଡ ସେଣା ଙ୍କ 24 ବର୍ଷର ପୁଅ ସୁମନ ଦଣ୍ଡସେଣା  ( ତପୁ ) ଜଣେ ଶ୍ରମିକ ଭାବେ  କାମ କରିବାକୁ ଚଳିତ ବର୍ଷ ଫ୍ରେବୁଆରି ମାସ 7 ତାରିଖରେ ବାଣପୁରରୁ  ସୁଦୂର ଦୁବାଇ ଦେଶର ଗଲଫ ଏସିଆରେ  କାମ କରିବାକୁ ଓଏମଜୀ ଏଜେନସି ମାଧ୍ୟମରେ   ଯାଇଥିଲେ . ତେବେ  ସେଠାରେ ଚଳିତ ମାସ 20ତାରିଖ ଗୁରୁବାର ଦିନ  ତାହାର ମୃତ୍ୟୁ ଘଟିଛି ବୋଲି  ଶୁକ୍ରବାର ସନ୍ଧ୍ୟାରେ ଦୁବାଇ ରୁ  ତାଙ୍କ ଘରକୁ  ଖବର ଆସିଥିଲା . ଘରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ  ଭାଙ୍ଗି ପଡ଼ିଥିବା ବେଳେ . ଆଜି ରାତି 9ଟାରେ  ସୁମନର ମରଶରୀର  ବାଣପୁର କୁ ଫେରିଛି . ଶୋକାକୁଳ ପରିବେଶରେ ଗ୍ରାମ ସ୍ମଶାନରେ  ଶବ  ସଂସ୍କା କରାଯାଇଥିବା ବେଳେ.  ତାଙ୍କ  ପରିବାର ଲୋକେ  କହିବା  ମୁତାବିକ ସାତଦିନ ତଳେ ବା ଗୁରୁବାର ଦିନ ସୁମନର  ସେଠାରେ କିପରି ମୃତ୍ୟୁହେଲା  ତାହା ଆମକୁ ଅସ୍ପଷ୍ଟ . କିନ୍ତୁ ଆମ ପାଖକୁ ଶୁକ୍ରବାର ରାତିରେ ଖବର  ଆସିଥିଲା  ସୁମନର ମୃତ୍ୟୁ ହୋଇଛି . ଆମେ  ଗରିବ  ଆମର ରୋଜଗାରିଆ ପୁଅ କିପରି ମଲା ତାହା ଆମକୁ ଜଣାନାହିଁ . ସରକାର ଆମକୁ ସାହାଯ୍ୟ କଲେ ଆମେ ବିଶେଷ ଉପକୃତ ହୋଇପାରନ୍ତୁ .

0
0
0
s2sdefault