ବାରିପଦା/ ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ, କିଛି ଦିନ ହେଲା କରଞ୍ଜିଆ ବନଖଣ୍ଡରେ ୧୦୦ ରୁ ଉର୍ଦ୍ଧ୍ବ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । କରଞ୍ଜିଆ ବନଖଣ୍ଡ ରେ ଗତ ୨୬ ଦିନ ମଧ୍ୟରେ ପ୍ରାୟ ୩୫ ରୁ ଉର୍ଦ୍ଧ୍ବ ଘର ଭାଙ୍ଗିସାରିଲେଣି । ଯାହାକୁ ନେଇ ବର୍ତ୍ତମାନ ବନବିଭାଗ ଚିନ୍ତାରେ ,ଗତକାଲି ବିଳମ୍ବିତ ରାତିରେ ଶୁକୃଲି ବ୍ଲକର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ହେଇଥିବାର ସୂଚନା ମିଳିଛି । ଆଜି କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଶୁକୃଲି ବ୍ଲକର ପୃଥକ ପୃଥକ ସ୍ଥାନରେ ଅଛନ୍ତି ୨୨ ଟି ହାତୀ । ହାତୀପଲ କୁ ଘଡେଇବା ପାଇଁ ଜଣେ ବ୍ୟକ୍ତି ହାତୀ ପିଠିରେ ମଶାଲ ଯୋଗେ ନିଆଁ ମାଡ଼ ଦେଉଛି । ହାତୀ ପିଠିରେ ନିଆଁ ବାଜିବା ପରେ ହୁତୁ ହୁତୁ ହେଇ ନିଆଁ ଜଳୁଛି । ଏମିତି ଭିଡ଼ିଓ ଏବେ ଭାଇରାଲ ହେଉଛି । ଦୁଇ ଦୁଇ ଥର ହାତୀ ପିଠିରେ ଯୁବକ ଜଣକ ନିଆଁ ରେ ମାଡ଼ ହେଉଛି । ଅନ୍ୟ ଲୋକମାନେ ଦେଖୁଥିଲେବି କେହି ବାରଣ କରୁ ନାହାନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡା ନିୟମ ସ୍ୱତେ ଏଠାରେ ହାତୀକୁ ନିର୍ଯ୍ୟାତନା ଦିଆ ହେଉଛି । ହାତୀ ହେଉଛି ଜାତୀୟ ସମ୍ପତ୍ତି । ହାତୀ ଉପରେ କେହିବି ଏପରି ନିର୍ଯାତନା ଦେଇ ପାରିବେ ନାହିଁ । ଏବେ ନିଆଁ ମାଡ଼ ଖାଇଥିବା ହାତୀର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି । ଏମିତି ପ୍ରଶ୍ନ ଏବେ ଉଠୁଛି । ଏହି ଘଟଣା ନେଇ ଆମେ ବନ ବିଭାଗ କର୍ମଚାରୀ ଙ୍କ ସଙ୍ଗେ ଯୋଗାଯୋଗ କରିଥିଲୁ । କରଞ୍ଜିଆ DFO ପ୍ରକାଶ କରିଛନ୍ତି ଯେ ଆମେ ତଦନ୍ତ କରୁଛୁ ଏହି ଘଟଣାକୁ ନେଇ । ଯଦି ଆମ ଅଞ୍ଚଳର ବୋଲି ଜଣା ପଡେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକତା ପଡିଲେ ନିଆଁ ମାଡ଼ ମାରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରାଯିବ ବଲି ସୂଚନା ଦେଇଛନ୍ତି ।
ରାଜ୍ୟ
ହାତୀପଲ ଘଡେଇବା ପାଇଁ ହାତୀ ପିଠିରେ ନିଆଁ ମାଡ଼
- Hits: 238








