ଭତ୍ତା ଟଙ୍କା ନେବାକୁ ଆସି ଅଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଜନତା
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ବୃଦ୍ଧ ବୃଦ୍ଧା ଦଶ ମାସର ଭତ୍ତା ଟଙ୍କା ଖାଇଗଲେ ସରକାରୀ ବାବୁ । ଭତ୍ତା ଟଙ୍କା ଦେବା ବଦଳ ରେ ଦେଖାଉ ଥିଲେ ନାଲି ଆଖି । ହେଲେ ଚର ଘୋର ସବୁ ଦିନ ଅନ୍ଧାର ନ ଥାଏ ଭଳି ଆଜି ସକାଳ ସାଢେ ଦଶଟା ସମୟରେ ପଞ୍ଚାୟତ ଅଧିକାରୀ ପଞ୍ଚାୟତ ରେ ପହଞ୍ଚିବାକ୍ଷଣି ବୃଦ୍ଧା ବୃଦ୍ଧି ଓ ବିଧବା ମାନେ ମାଗିଥିଲେ ଭର୍ତ୍ତା ଟଙ୍କା ହେଲେ ସାର ଆମର ବାଟରେ ଆସିଲା ବେଳେ ଟିକିଏ ସୁରା ପାନ କରି ଦେଇଥିଲେ ତେବେ କଥା କହୁ କହୁ ଟିକିଏ ଏପଟ ସେପଟ ହେଇଗଲା ତା ପରେ ଯିଏ ଯାହା ପାଇଲା ଖାଲି ଲଦି ନେଇଗଲେ । କିଏ ଚାପଲରେ ତୋ କିଏ ଛତା ବେଣ୍ଟ ରେ ଆଉ କିଏ ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଲେ । ଏଭଳି ଦୃଶ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସାରସ କଣା ବ୍ଲକ ପାକଟିଆ ପଞ୍ଚାୟତରେ । ସୂଚନା ମୁତାବକ ଦଶ ମାସରୁ ଅଧିକ ସମୟ ଧରି ବୃଦ୍ଧା ବୃଦ୍ଧି ଓ ବିଧବା ଲୋକଙ୍କ ଟଙ୍କା ଆତ୍ମସାତ କରିଥିବା ପଞ୍ଚାୟତ ଅଧିକାରୀ କାର୍ତ୍ତିକ ପାତ୍ର ବୋଲି ଅଭିଯୋଗ ଆଣିଛନ୍ତି । ଦଶମାସ ପରେ ବି ମିଳୁନି ଭର୍ତ୍ତା ଟଙ୍କା । ତେବେ ଭତ୍ତା ଟଙ୍କା ଖାଇଲା କିଏ । ଉତ୍ତର ପାଇବାକୁ ଏ ଅଫିସ ରୁ ସେ ଅଫିସକୁ ଦୌଡ଼ି ଥିଲେବି ମିଳୁନି ଉତ୍ତର । ପୂର୍ବରୁ ସଠିକ ଭାବରେ ପାଇ ଆସୁଥିଲେ । ହେଲେ ଆଜକୁ ଦଶମାସ ହେଲା ଭତ୍ତା ଟଙ୍କା ନେବା ଦେବାରେ ପଞ୍ଚାୟତ ଅଧିକାରୀ କହୁଛନ୍ତି ଟଙ୍କା ଆସିନାହିଁ । ଆଉ କେତେବେଳେ ମାସକର ୫୦୦ ଦେଇ ଖାତାରେ ତିନି ମାସର ଲେଖି ଦେଉଛନ୍ତି ।ତେବେ ଆଉ ଅଣ୍ଟାରେ ନାହିଁ ବଳ । ହାତରେ ବାଡି କିମ୍ବା କାହାର ସାହାରାରେ ନେଇ ଚଳାଚଳ କରିବାକୁ ପଡୁଛି । ପରିଣତ ବୟସରେ ଚଳିବା ପାଇଁ ସରକାରୀ ସହାୟତା ଆକାରରେ ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୫ଶହ ଟଙ୍କା । ୫ଶହ ଟଙ୍କା ପାଇଁ ନାକେ ଦମ ହେବାକୁ ପଡୁଛି ହିତାଧିକାରୀଙ୍କୁ
ବ୍ୟାଙ୍କକୁ ଭତ୍ତା ଟଙ୍କା ଆଣିବାକୁ ଗଲେ ବ୍ୟାଙ୍କ ଅଧିକାରୀ କହୁଛନ୍ତି ଟଙ୍କା ଆସିନୀ ତମେ ପଞ୍ଚାୟତ କୁ ଯାଅ ପଞ୍ଚାୟତ କୁ ଗଲେ ପଞ୍ଚାୟତ ଅଧିକାରୀ କହୁଛନ୍ତି ବ୍ଲକ କୁ ଯାଅ । ଏଭଳି ସ୍ଥିତିରେ ଘର ଠାରୁ ବ୍ୟାଙ୍କ ୨୦କିଲୋମିଟର ।
ପରିଣତ ବୟସରେ ଏତେ ବାଟ ଚାଲିକି ଯିବା ସମ୍ଭବ ନ ଥିବାରୁ ଅଟୋରିକ୍ଳା ଭଡା ଦେଇ ସରି ଯାଉଛି ଟଙ୍କା । ପୁଣି ବ୍ୟାଙ୍କ ସମ୍ମୁଖରେ ଲମ୍ବା ଧାଡିରେ ଛିଡା ହେବା ଓ ଓଟରେ ଯାତ୍ରା କରିବା ଏମାନଙ୍କ ପାଇଁ କଷ୍ଟ କର ହେଇପଡୁଛି । ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସାରସକଣାବ୍ଳକ ପାକଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମର ୫୦ରୁ ଅଧିକ ଭର୍ତ୍ତା ହିତାଧିକାରୀଙ୍କ କରୁଣ ଚିତ୍ର ।ତେବେ ଆଜି ପାକଟିଆ ପଞ୍ଚାୟତ ଅଫିସ ସମ୍ମୁଖରେ ପହଞ୍ଚି ଅପେକ୍ଷା କରିଥିଲେ ଅନେକ ହିତାଧିକାରୀ ।ତେବେ ପଞ୍ଚାୟତ ଅଧିକାରୀ 10.30 ସମୟରେ ଆସି ପହଂଚିବାରୁ ଦୀର୍ଘ ଦିନର ଭତ୍ତା ଟଙ୍କା ମାଗିଥିଲେ ନ ଦେବାରୁ ଯିଏ ଯାହା ପାଇଲା ଗୋଡେଇ ତୋଦେଇ ପିଟିଲେ ।ଏଇ ଦେଖୁ ନାହାଁନ୍ତି କେମିତି ଲଦି ନେଇ ଯାଉଛନ୍ତି କିଏ ହାତରେ ତ କିଏ ଚାପଲରେ।କିଏ ପାଞ୍ଚ ମାସର ଆଉ କିଏ 14 ମାସ ହେଲା ଭତ୍ତା ଟଙ୍କା ପାଇଁ ନାହାନ୍ତି । ତେବେ ପଞ୍ଚାୟତ ଅଧିକାରୀ କହୁଛନ୍ତି BDO ପାଖକୁ ଯାଅ । ଏହି ଭଳି ଏ ଅଫିସ ରୁ ସେ ଅଫିସ ବୁଲି ବୁଲି ଆଜକୁ 3/4ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ହିତାଧିକାରୀ । ଗୋଟେ ପଟେ ବୈତରଣୀ ଗ୍ରାମ ବ୍ୟାଙ୍କ ଖାତା ଆପଟୁଡେଟ କରୁ ନାହିଁ ମେସିନ ଖରାପ ବାହାନା ଦେଖାଇ ଚାଲିଥିବା ବେଳେ ଭତ୍ତା ହିତାଧିକାରୀ ଭତ୍ତା ଟଙ୍କା ନ ପାଇଁ ଖରାରେ ହଇରାଣ ହେଉଛନ୍ତି। ତେବେ ଦେଖିବାକୁ ବାକିରହିଲା ଭତ୍ତା ହିତାଧିକାରୀଙ୍କୁ ସଠିକ ସମୟରେ ଭର୍ତ୍ତା ଭତ୍ତାମିଳୁଛି ନା ଆଗକୁ ଏହିଭଳି ଜାରୀରହିବ ।








