ହେଡଲାଇନସ୍:

ଦରଦାମ ବୃଦ୍ଧି,କୃଷି ସମସ୍ୟା, ବେକାରୀ ଓ ବିଦ୍ୟୁତ ସମସ୍ୟା ଉପରେ ଜନ ଆନ୍ଦୋଳନ ପାଇଁ ସି ପି ଆଇ ଏମ୍ ସୁନ୍ଦରଗଡ଼ ଜିଲ୍ଲା କମିଟି ବୈଠକରେ ନିଷ୍ପତ୍ତି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ବସନ୍ତ କୁମାର ଜେନା): ସି ପି ଆଇ ଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି ର ଦୁଇ ଦିନିଆ ଜିଲ୍ଲା ସଂପାଦକ ମଣ୍ଡଳୀ ଓ ଜିଲ୍ଲା କମିଟି ବୈଠକ ସ୍ଥାନୀୟ ଶକ୍ତି ନଗର ସ୍ଥିତ ପାର୍ଟି ର ଜିଲ୍ଲା କାର୍ଯ୍ୟାଳୟ ଏ କେ ଜି ଭବନ ଠାରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ତଥା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଆଗାମୀ ଦିନରେ ପାର୍ଟି ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।
ଏହି ବୈଠକରେ ପାର୍ଟି ର ଓଡ଼ିଶା ରାଜ୍ୟ କମିଟି ସଂପାଦକ ଅଳି କିଶୋର ପଟ୍ଟନାୟକ ଯୋଗଦେଇ ଦେଶରେ କେନ୍ଦ୍ର କ୍ଷମତାରେ ଥିବା ନରେନ୍ଦ୍ର ମୋଦୀ ସରକାର ଙ୍କ ସାଂପ୍ରଦାୟିକ,ହିନ୍ଦୁତ୍ବବାଦୀ ଓ ବୃହତ ପୁଂଜିପତି ଓ କର୍ପୋରେଟ ପୋଷା ନିତୀ ବିରୁଦ୍ଧରେ ଜନ ସାଧାରଣଙ୍କ ଜୀବନ ଜୀବିକା ର ଆଶୁ ସମାଧାନ ପାଇଁ ଓଡ଼ିଶା ରେ ବି ଜେ ପି ବିରୋଧୀ ଅଣ ବି ଜେ ଡି,ବାମ ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷ ଦଳ ମାନଙ୍କୁ ଏକତ୍ରିତ କରି ଏକ ବିକଳ୍ପ ଶକ୍ତି ଓଡ଼ିଶାର ଲୋକମାନଙ୍କ ପାଖରେ ରଖିବାକୁ ସେ ଆହ୍ୱାନ କରିଥିଲେ। ଓଡ଼ିଶାରେ ବି ଜେ ପି ଓ ବି ଜେ ଡି ର ଏକ ଅଘୋଷିତ ମେଣ୍ଟ ଜାରି ରହିଥିବାରୁ ଏମାନେ ଲୋକ ଦେଖାଣିଆ ଭାବରେ ପରସ୍ପରକୁ ବିରୋଧ ଓ ପ୍ରତି ଆକ୍ଷେପ ଅଭିଯୋଗ କରୁଛନ୍ତି। କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଙ୍କ ସମସ୍ତ ଜନ ବିରୋଧି ନିତୀ କୁ ନବୀନ ପଟ୍ଟନାୟକ ସମର୍ଥନ କରୁଛନ୍ତି। ଏନ୍ ଡି ଏ ରେ ବି ଜେ ଡି ନ ଥାଇ ମଧ୍ୟ ମେଣ୍ଟର ଭାଗିଦାରୀ ଭାବରେ କାର୍ଯ୍ୟ କରୁଛି କିନ୍ତୁ ରାଜ୍ୟର ଜନ ସାଧାରଣଙ୍କ ଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ଉଭୟ ଦଳ ସଲାକୁସ୍ତି କରୁଛନ୍ତି। ଦରବୃଦ୍ଧି ଆଜି ନିୟନ୍ତ୍ରଣ ବାହାରକୁ ଯାଇଛି, ଘରେ ଘରେ ବେକାର, କୃଷକ ଓ କୃଷି ସମସ୍ୟା ବ୍ୟାପକ ହେବାକୁ ଲାଗିଛି। ଓଡ଼ିଶାରେ ବିଦ୍ୟୁତ ବିତରଣ ଟାଟା ପାୱାର କୁ ହସ୍ତାନ୍ତର କଲାପରେ ଗ୍ରାହକ ମାନଙ୍କୁ ନିର୍ମମ ଭାବେ ଶୋଷଣ କରାଯାଉଛି। ଏହି ଜନ ସମସ୍ୟା ତୋଳିଧରିବା ସହିତ ଏକ ବୃହତ୍ତର ଜନ ଆନ୍ଦୋଳନ ପ୍ରସ୍ତୁତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।
ଏହି ବୈଠକରେ ପାର୍ଟି ର ରାଜ୍ୟ ସଂପାଦକ ମଣ୍ଡଳୀର ବରିଷ୍ଠ ସଦସ୍ୟ ବିଷ୍ଣୁ ମହାନ୍ତି ଯୋଗଦାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧି ନିତୀ ବିରୁଦ୍ଧରେ ଜିଲ୍ଲାର ଶ୍ରମିକ, କୃଷକ, କ୍ଷେତ ମଜଦୂର ମାନଙ୍କୁ ଏକତ୍ରିତ କରି ଆଗାମୀ ଦିନରେ ବିଭିନ୍ନ ବ୍ଳକ ସ୍ତରୀୟ ଆନ୍ଦୋଳନ ପାଇଁ ସେ ଆହ୍ୱାନ ଦେଇଛନ୍ତି।ସେ ଆହୁରି କହିଛନ୍ତି ମଣିପୁର ରେ ଯେଭଳି ବର୍ବର ଓ ଅମାନବୀୟ ଘଟଣା ଘଟିଲା ତାହା ସମଗ୍ର ବିଶ୍ଵରେ ଭାରତ କୁ ନିନ୍ଦିତ ହେବାକୁ ପଡ଼ିଛି। ମଣିପୁର ର ରାଜ୍ୟ ସରକାର କୁ ତୁରନ୍ତ ବରଖାସ୍ତ କରିବାକୁ ସେ ଦାବି କରିଥିଲେ।
ଏହି ଦୁଇ ଦିନିଆ ଜିଲ୍ଲା କମିଟି ବୈଠକରେ ପାର୍ଟି ର ଜିଲ୍ଲା ସଂପାଦକ ପ୍ରମୋଦ ସାମଲ ବିସ୍ତୃତ ସାଂଗଠନିକ ରିପୋର୍ଟ ଉପସ୍ଥାପିତ କରିବା ସହ ପାର୍ଟି ର କାର୍ଯ୍ୟକ୍ରମ କୁ ଜୋରଦାର କରିବାକୁ ପ୍ରସ୍ତାବ ରଖିଥିଲେ। ଏହି ରିପୋର୍ଟ ଉପରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ,ରାଜ କିଶୋର ପ୍ରଧାନ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ପ୍ରଭାତ ପଣ୍ଡା,ଆନନ୍ଦ ମାସୀ ହରୋ, ଅନିରୁଦ୍ଧ ତ୍ରିପାଠୀ, ସୁଶୀଳା ମୁଣ୍ଡା, ସମୀର ନାୟକ, ଗୌରୀ ଶଙ୍କର ପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହ ବିଭିନ୍ନ ଜନ ସମସ୍ୟା କୁ ନେଇ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପ୍ରସ୍ତୁତ କରିବା କୁ ପ୍ରସ୍ତାବ ରଖିଥିଲେ।

0
0
0
s2sdefault