ହେଡଲାଇନସ୍:

ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୭/୦୭ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୧୭ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି ।
ସିରିଆ, ଇଥିଓପିଆ, ଭୁଟାନ ଓ ନେପାଳରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସୋଆ ପରିଚାଳିତ ଇନ୍ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ସିଭିଲ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନ୍ଫର୍ମେସନ୍ ଟେକ୍ନୋଲୋଜି ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ୪ବର୍ଷ ଅଧ୍ୟୟନ ସମାପ୍ତ କରିଛନ୍ତି ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର କନ୍ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ (ଆଇଟିଇଆର) ପ୍ରଫେସର ରେଣୁ ଶର୍ମା ଏବଂ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିଦେ୍ର୍ଧଶକ ପ୍ରଫେସର ନିଚକେତା କେ. ଶର୍ମା ଉପସ୍ଥିତ ଥିଲେ ।
ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ ଅବସରରେ ନିଜ ଅଭିଭାଷଣରେ ପ୍ରଫେସର ନନ୍ଦ ସେମାନେ ସୋଆ ବିଶ୍ୱବିଦ୍ୟାଳୟକୁ ଏକ ଜଟିଳ ସମୟରେ ଅଧ୍ୟୟନ ନିମନ୍ତେ ଆସିଥିଲେ ବୋଲି କହିଥିଲେ । କୋଭିଡ – ୧୯ ମହାମାରୀ ନିମନ୍ତେ ଜନଜୀବନ ଅଟକି ଯାଇଥିବା ସମୟରେ ନିଜ ଘର ଠାରୁ ଦୂରରେ ରହି ୪ ବର୍ଷର ଶିକ୍ଷାର ଯାତ୍ରା ସମାପ୍ତ କରିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ ।
ସେମାନେ ଏଭଳି ଏକ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି ଯାହା ଚଳିତ ବର୍ଷ ନ୍ୟାସ୍ନାଲ୍ ଇନ୍ଷ୍ଟିଟ୍ୟୁସ୍ନାଲ୍ ରାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆରଏଫ ) ରାଙ୍କିଙ୍ଗ୍re ଦେଶରେ ୧୫ ତମ ସ୍ଥାନ ହାସଲ କରିଛି । ସେହିପରି ଇଞ୍ଜିନିୟରିଂ କଲେଜ ତାଲିକାରେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ୨୭ ତମ ସ୍ଥାନରେ ରହିଛି ଆଇଟିଇଆର୍ । ଏଠାରୁ ଯେଉଁ ଶିକ୍ଷା ଗ୍ରହଣ କରିଛ ତାହା ତୁମ ଦେଶରେ ଉପଯୋଗୀ ହେବା ନେଇ ମୁଁ ଆଶାବାଦୀ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ସିରିଆର ଦୁଇ ଜଣ ଛାତ୍ର ଓ ଛାତ୍ରୀ ବେଲାଲ୍ ଏମନ୍ ଜହାରା ଓ ଆଫ୍ରା ଜୁମା ଡିଗ୍ରୀ ଗ୍ରହଣ କରିବା ପରେ ନିଜ ଭାଷଣରେ ନିଜ ଅଧ୍ୟାପକ -ଅଧ୍ୟାପିକା ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନଙ୍କ ସାହାଯ୍ୟ ଓ ମାର୍ଗଦର୍ଶନ ଯୋଗୁଁ ହିଁ ସେମାନେ ତାଙ୍କ ପାଠ୍ୟକ୍ରମ ଶେଷ କରିପାରିଛନ୍ତି ବୋଲି କହିଥିଲେ ।
୨୦୧୯ରେ ଯେତେବେଳେ ଆମେ ଏଠାକୁ ଆସିଲୁ ସେତେବେଳେ ଆମେ ଦ୍ୱନ୍ଦ୍ୱ ଓ ଭୟରେ ଥିଲୁ । ତେବେ ଏଠାରେ ଆମକୁ ନିଜର ଘର ପରି ଅନୁଭବ କରୁଛୁ । ଭାରତ ଆମ ପାଇଁ ଆମର ଦ୍ୱିତୀୟ ଜନ୍ମଭୂମି ପାଲଟିଯାଇଛି । ଆମେ ଆମ ଜୀବନର ଶ୍ରେଷ୍ଠ ୪ ବର୍ଷ ସୋଆରେ କଟାଇଲୁ ବୋଲି ଜହାରା କହିଛନ୍ତି ।
ଏହି ଅବସରରେ ପ୍ରଫେସର ଦାସ ଓ ପ୍ରଫେସର ଶର୍ମା ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ସ୍ଥିତପ୍ରଜ୍ଞା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

 

0
0
0
s2sdefault