ହେଡଲାଇନସ୍:

ଅସ୍ତରଙ୍ଗ ପୋଲିସ ଦ୍ୱାରା ଚାରି କୁଖ୍ୟାତ ଅପରାଧୀ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ,/ ଦୁଃଶାସନ ନାୟକ -ଅସ୍ତରଙ୍ଗ ପୋଲିସ କୁ ମିଳିଛି ବଡ ସଫଳତା । ଗୋପ ଅଂଚଳ ର ଚାରି କୁଖ୍ୟାତ ଅପରାଧୀ ଙ୍କୁ କାବୁ କରିଛି ଅସ୍ତରଙ୍ଗ ପୋଲିସ । ସୂଚନା ମୁତାବକ ଡ୍ରାଇଭର ଶ୍ରୀମନ୍ତ ମାଝୀ, ସଂଗ୍ରାମ କେଶରୀ ପରିଡା, ଅନିଲ କୁମାର ଭଟ୍ଟ, ଚିତ୍ତ ରଞ୍ଜନ ସ୍ୱାଇଁ, ଏମାନେ ବିଗତ ଦିନ ରେ ବହୁ ଅପରାଧିକ ମାମଲା ରେ ଜଡିତ ଥିଲେ ଓ ନିକଟରେ ଜେଲ ରୁ ଜାମିନ ରେ ମୁକୁଳି ଥିଲେ । ଜେଲରେ ଥିବା ସମୟରେ ଅସ୍ତରଙ୍ଗ ଅଂଚଳ ର କୁକ୍ଷାତ ଅପରାଧୀ ମୁନା ବିଶ୍ୱାଳ ଙ୍କ ସହ ତାଙ୍କର ସଂପର୍କ ଗଢି ଉଠିଥିଲା । ମୁନା ତିନି ବର୍ଷ ତଳେ ଅସ୍ତରଙ୍ଗ , ଆଳସାହି ଭିମା ଛକ ରେ ହୋଇଥିବା ଦିଲୀପ ସ୍ୱାଇଁ ହତ୍ୟା କାଣ୍ଡ ର ମୁଖ୍ୟ ଆସାମୀ ଥିବାରୁ ,ଦୀର୍ଘ ତିନି ବର୍ଷ ପରେ ବୁଧବାର ଜେଲ ରୁ ଜାମିନ ପାଇ ମୁକୁଳୁ ଥିବା ନେଇ, ତାଙ୍କୁ ଏହି ବନ୍ଧୁ ମାନେ ,ନିମାପଡ଼ା ଜେଲ ଠାରୁ ଏକ, (OD 13S-0780)ମହେନ୍ଦ୍ରା ବୋଲେରୋ ରେ, ଆଣି , ଅସ୍ତରଙ୍ଗ ବଜାରରେ ଥିବା ଏକ ମଦ ଦୋକାନ ରେ ମଦ ପିଇବା ସହିତ,ଜୋର୍ ଜବରଦସ୍ତ ବିଅର ପେଟି ଆଣିଥିଲେ,ଓ ଦୋକାନ ରେ ଥିବା କର୍ମଚାରୀ ଙ୍କୁ ପଇସା ମାଗିବା ଓ ସେମାନେ ନ ଦେବାରୁ ସେଠି ଏମାନେ ଗୁଣ୍ଡାଗିରି କରିବା ସହ ଡକାୟତି କରି ପଳାଇଯାଇଥିଲେ ।ଘାଟଣା ସମ୍ପର୍କ ରେ ଦୋକାନ କର୍ମଚାରୀ ଜ୍ଞାନ ରଞ୍ଜନ ଛାଟୋଇ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରବା ପରେ ,ଅଭିଯୋଗ କୁ ଭିତ୍ତି କରି, ଅସ୍ତରଙ୍ଗ ପୋଲିସ ଇନଚାର୍ଜ, ସଂଗ୍ରାମ କେଶରୀ ସ୍ୱାଇଁ ଙ୍କ ତତ୍ୱାବୋଧାନ ରେ, ସବଇନିସପେକ୍ଟର ଦୀପକ ସାମନ୍ତ ସିଂହାର, ଏଏସଆଇ ପ୍ରଶାନ୍ତ ବିଶ୍ୱାଳ ଆଉ କନେଷ୍ଟବଳ ପ୍ରଭୁତି ତଦନ୍ତ ଆରମ୍ଭ କରି ମୁନା ର ନିଜ ଗ୍ରାମ ଝାଡଲିଙ୍ଗ ଘରକୁ ଯାଇ,ଚଢ଼ାଉ କରିବା ପରେ, ଅନ୍ଧାର ରାତି ର ଫାଇଦା ଉଠାଇ ମୁଖ୍ୟ ଅପରାଧୀ ମୁନା ବିଶ୍ୱାଳ ଓ ତାଙ୍କ ସାନଭାଇ ଜଗା ବିଶ୍ୱାଳ ଘଟଣା ସ୍ଥଳ ରୁ ଚମ୍ପଟ ମାରିଥିଲେ । ଅନ୍ୟ ଚାରିଜଣ ଅଚିହ୍ନା ଓ ଅଜଣା ଥିବାରୁ ସେମାନେ ଖସିଯିବା ପୂର୍ବରୁ ପୋଲିସ ସେମାନଙ୍କୁ କାବୁ କରି ଥିଲା । ସେମାନଙ୍କୁ କାବୁକରି ଅସ୍ତରଙ୍ଗ ଥାନାକୁ ଗାଡ଼ିସହ ଆଣିବା ପରେ ଅପରାଧୀ ଙ୍କ ଠୁ, ୬ ଟି ସିଲ୍ ମଦ ବୋତଲ,୪ଟି ମୋବାଇଲ ଫୋନ, ୧ ଟି ଖଣ୍ଡା, ୧ ଟି ଛୁରୀ, ୧ ଟି ଲୁହା ରଡ଼ ଓ କିଛି ନଗଦ ଟଙ୍କା ସହ, ମେହେନ୍ଦ୍ର ବୋଲେରୋ କାର ଜବତ କରିଛି ପୋଲିସ । ଧାରା ଆଇପିସି -୩୯୫ ଓ କେସ ନମ୍ବର ୧୨୫/୨୩ କେସ୍ କରି , ଏହି ଚାରି ଜଣଙ୍କୁ କୋର୍ଟ ଚାଲାଣ କରିଛି ଅସ୍ତରଙ୍ଗ ପୋଲିସ ।ଆଉ ଅନ୍ୟ ୨ ପ୍ରମୁଖ ଅପରାଧୀ ମୁନା ଓ ତାର ଭାଇ ଜଗା ବିଶ୍ୱାଳ କୁ ଧରିବା ପାଇଁ ଅସ୍ତରଙ୍ଗ ର ବିଭିନ୍ନ ଅଂଚଳ ରେ ଚଢାଉ ଜାରି ରଖିଛି ବୋଲି ଶ୍ରୀ ସ୍ବାଇଁ ପ୍ରକାଶ କରିଛି ।

0
0
0
s2sdefault