ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂର ନୂତନ କ୍ଷେତ୍ର ସମ୍ପର୍କିତ ଆଲୋଚନା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଜୁଲାଇ ୨୭: ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଦିଗ ଯେପରିକି ଆଡଭାନ୍ସଡ ମାଟେରିଆଲ୍ ସାଇନ୍ସ ଇଞ୍ଜିନିୟରିଂ, ଆଡଭାନ୍ସମେଂଟ ଇନ୍ ସ୍ମାର୍ଟ ମାନୁଫ୍ୟାକ୍ଚରିଂ ଏବଂ ଆପ୍ଲିକେସନ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ରୋବୋଟିକ୍ସ ସମ୍ପର୍କରେ ଆଲୋଚନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ‘ରିସେଂଟ ଆଡଭାନ୍ସେସ୍ ଇନ୍ ମେକାନିକାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ’ (ଆଇସିଆର୍ଏଏମ୍ଇଆର୍ଡି) ଶୀର୍ଷକ ୩ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍ୟାପିତ ହୋଇଯାଇଛି ।
ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷା, ଗବେଷଣା ଓ ଶିଳ୍ପ କ୍ଷେତ୍ରରୁ ୨୦୦ରୁ ଉର୍ଧ୍ଵ ବିଶିଷ୍ଟ ଶିକ୍ଷାବିତ୍, ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଯୋଗ ଦେଇ ନିଜର ପାରଦର୍ଶିତା ଓ ଅଭିଜ୍ଞତା ବଖାଣି ଥିଲେ ।
ଏହି ସମ୍ମିଳନୀରେ ଏନର୍ଜି ଷ୍ଟୋରେଜ୍ ଆଣ୍ଡ କନ୍ଭର୍ସନ୍, ପାୱାର ସିଷ୍ଟମ ଇଞ୍ଜିନିୟରିଂ ସମେତ ନଭେଲ୍ ମାଟେରିଆଲ୍ସର ଅତ୍ୟାଧୁନିକ ଗବେଷଣା, ମେସିନ୍ ଲର୍ଣ୍ଣିଂ କ୍ଷେତ୍ରର ନୂତନ ଦିଗ ଓ ଏହାକୁ ନେଇ ଉପୁଜୁଥିବା ବୈଷୟିକ ସମସ୍ୟାରୁ ମୁକୁଳିବାର ରାସ୍ତା, ଇନ୍ଟରନେଟ ଅଫ୍ ଥିଙ୍ଗ୍ସ, ମେକାଟ୍ରୋନିକ୍ସ ଆଣ୍ଡ ରୋବୋଟିକ୍ସ, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଇନ୍ ମାନୁଫ୍ୟାକ୍ଚରିଂ ପ୍ରସେସ୍, ଏନ୍ଭାଇରନ୍ମେଂଟାଲ ସାଇନ୍ସ, ରିନୁ୍ୟଏବଲ୍ ଏନର୍ଜି ଆଣ୍ଡ ଅଟୋମେସନ୍ ଇନ୍ ହେଲ୍ଥ କେୟାର ସିଷ୍ଟମ୍ସ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ପୂର୍ବତନ ଜୋନାଲ୍ ଡେଭଲପ୍ମେଂଟ କମିଶନର ଡକ୍ଟର ବାଳକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଟିଇଆର୍ର ଡିନ୍ ପ୍ରଫେସର ପ୍ରଦୀପ ୍ କୁମାର ସାହୁ, ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ) ପ୍ରଫେସର ଜେ.କେ. ନାଥ ଓ ଆଇଟିଇଆରର ଆଡିସ୍ନାଲ୍ ଡିନ୍ (ଏକାଡେମିକ୍ସ) ପ୍ରଫେସର ଡି.ଏନ୍. ଥାଟୋଇ ବକ୍ତବ୍ୟ ରଖିଥିଲେ ।
ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ୨୧୦ଟି ବୈଷୟିକ ସନ୍ଦର୍ଭ ଉପସ୍ଥାପନ କରିଥିବା ବେଳେ ସେଗୁଡ଼ିକ ମଧ୍ୟରୁ ୧୫୦ଟିକୁ ପ୍ରକାଶନ ନିମନ୍ତେ ଚୟନ କରାଯାଇଛି ।
ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ୟୁନିଭର୍ସିଟି ଅଫ୍ ନଟିଙ୍ଗହାମ୍, ୟୁକେର ରମନ୍ ରିସର୍ଚ୍ଚ ଫେଲୋ ଡକ୍ଟର ଶିଶିର ମନ୍ତ୍ରୀ, ୟୁନିଭର୍ସିଟି ଅଫ୍ ଫ୍ଲୋରିଡା, ୟୁଏସ୍ଏର ମେକାନିକାଲ୍ ଆଣ୍ଡ ଏରୋସ୍ପେସ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏସ୍.ଏସ୍. ସେରିଫ୍, ଆଇଆଇଟି ଯୋଧପୁରର ଆସୋସିଏଟ୍ ପ୍ରଫେସର ଜୟବୀର ସିଂ, ଆଇଆଇଟି ଦିଲ୍ଲୀର ପ୍ରଫେସର ଏସ୍. ପ୍ରଦୁ୍ୟମ୍ନ ଓ ନାଲ୍କୋର ଜେନେରାଲ୍ ମ୍ୟାନେଜର (ଏନ୍ଭାଇରନ୍ମେଂଟ) ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକ ବକ୍ତା ଓ ବିଶେଷଜ୍ଞ ଭାବେ ସାମିଲ ହୋଇଥିଲେ ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/