ବର୍ଷା ପାଣି କରୁଛି ବେହାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିମୁଳିଆ/ମଇତା ପୁର (ଅକ୍ଷୟ କୁମାର ଜେନା) ଲଘୁଚାପ ଜନିତ ବର୍ଷା ଲାଗି ରହି ଥିବା ବେଳେ ମ ଇ ତା ପୁର ପଞ୍ଚାୟତ ରେ ଏକାଧିକ ସ୍ଥାନ ରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ପୋଖରୀ ର ଭ୍ରମ ସୃଷ୍ଟି କରୁଥିବା ଅବଝୁଣା ରୁ ମଇତାପୁର ଦେଇ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା (ମୁନିପଦା) ର ଅବସ୍ଥା ନ କହିଲେ ଭଲ l ରାସ୍ତା ଟି ଗାଁ ର ପ୍ରମୁଖ ରାସ୍ତା l ବର୍ଷ ବର୍ଷ ଧରି ରାସ୍ତା ର ଅବସ୍ଥା ଏପରି l ଅସରାଏ ବର୍ଷା ହେଲେ ସ୍ଥିତି ଏମିତି ହୁଏ ଯେ ଯିବା ଆସିବା ଏକ ପ୍ରକାର ବନ୍ଦ ହୋଇଯାଏ l ଛାତ୍ର ଛାତ୍ରୀ ବୟସ୍କ ଅନେକ ଥର ଏ ଗାଡ ରେ କଚଡା ଖାଉଥିବା ର ଦେଖାଯାଉଛି। ଏମିତି କି ମଇତାପୁର ଛକ ପର୍ଯ୍ୟନ୍ତ ପ୍ରାୟ ସମାନ ଅବସ୍ଥା। ତାପରେ ରାଜସ୍ୱ ନିରୀକ୍ଷକ ଅଫିସ ଯାହା ମେଲଣ ପଦା ରେ ଅବସ୍ଥିତ ସେଠି ସାଧାରଣ ଲୋକ ଟେ ଯିବା ଅସମ୍ଭବ। ଯେଉଁମାନେ କାର୍ଯ୍ୟ ରତ ଆଣ୍ଠୁ ଉପରକୁ ପ୍ୟାଣ୍ଟ ନ ଟେକିଲେ ଜାଇ ପାରୁନାହାନ୍ତି।ସିମୁଳିଆ ରାଜନୀତି ରେ ମଇତାପୁର ଏକ ପ୍ରମୁଖ ଭୂମିକା ଗ୍ରହଣ କରେ l ସବୁଠୁ ବଡ ଦୁଃଖର କଥା ଜିଲ୍ଲା ପରିଷଦ ସଭ୍ୟ , ବ୍ଲକ ଚେୟାରମ୍ୟାନ ଓ ବିଧାୟକ ଙ୍କ ପ୍ରତିନିଧି ସବୁ ଏହି ପଞ୍ଚାୟତ ରୁ ହିଁ ପ୍ରତିନିଧିତ୍ବ କରୁଛନ୍ତି l ତା ଛଡା ଜଣେ ଭଲ ସରପଞ୍ଚ ଙ୍କୁ ମଧ୍ୟ ଗ୍ରାମବାସୀ ବାଛିଛନ୍ତି l ଯଦି ପଞ୍ଚାୟତ ର ମଧ୍ୟ ସ୍ଥଳରେ ହେଉ କିମ୍ବା ଆର୍ ଆଇ ଅଫିସ ର ଏମିତି ହୁଏ ତେବେ ଅନ୍ୟ ରାସ୍ତା କଥା ଛାଡ଼ନ୍ତୁ l ଏହା ସତ୍ୟ କି ରାଜନୈତିକ ଇଛାଶକ୍ତି ଥିଲେ ରାସ୍ତା ତିଆରି ରେ କିଛି ପ୍ରତିବନ୍ଧକ ରହିବନି ଏହି ଉକ୍ତି କୁ ଅନେକ ସ୍ଥାନୀୟ ଯୁବକ ନିଜ ସୋସିଆଲ ମିଡ଼ିଆ ପୋଷ୍ଟ ରେ ଲେଖି ପୋଷ୍ଟ କରୁଥିବା ନଜର କୁ ଆସୁଛି। ଲୋକମାନଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହେବା ସହ ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ସମସ୍ତେ ଅନୁରୋଧ କରିଛନ୍ତି।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/